ରାଜଧାନୀରୁ ଆଜି ଆଉ ୧୦୩୪ ପଜିଟିଭ୍ ଚିହ୍ନଟ

ରାଜଧାନୀରୁ ଆଜି ଆଉ ୧୦୩୪ ପଜିଟିଭ୍ ଚିହ୍ନଟ

ରାଜଧାନୀରୁ ଆଜି ଆଉ ୧୦୩୪ ପଜିଟିଭ୍ ଚିହ୍ନଟ
ଭୁବନେଶ୍ୱର: ଦେଶରେ ଚାଲିଛି କରୋନାର ସଂକ୍ରମଣର ଦ୍ୱିତୀୟ ଢେଉ । ଏହି ଦ୍ୱିତୀୟ ଢେଉରେ କରୋନାର କରାଳ ରୂପ ମଧ୍ୟ ଦେଖିବାକୁ ମିଳୁଛି । କରୋନାର ପ୍ରଥମ ଲହର ଠାରୁ କରୋନା ଦ୍ୱିତୀୟ ଲହର କ୍ଷିପ୍ର ଗତିରେ ମାଡି ମାଡି ଲାଗିଛି । ଏଭଳି ସ୍ଥିତି ଆଉ କେତେ ଦିନ ରହିବ ଓ ଆଗକୁ କଣ ହେବ ତାଙ୍କୁ ନେଇ ଲୋକମାନେ ଆଶା ଓ ଆଶଙ୍କାରେ ରହିଛନ୍ତି । ଆଜି ଆମ ଦେଶରେ ଗୋଟିଏ ଦିନରେ ୪ ଲକ୍ଷ ୧ ହଜାର ୦୭୮ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ ୨୪ ଘଂଟାରେ କରୋନାରେ ୪୧୮୭ ଜଣ ମୃତୁ୍ୟବରଣ କରିଛନ୍ତି । ସେହିପରି ଓଡିଶା ରାଜ୍ୟରେ ମଧ୍ୟ ୧୧,୮୦୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୧ ଜଣ ମୃତୁ୍ୟବରଣ କରିଛନ୍ତି । କରୋନା ସଂକ୍ରମଣ ବୃଦ୍ଧି ରାଜ୍ୟରେ ମଧ୍ୟ ବଢି ଚାଲିଛି । ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି । ରାଜ୍ୟର କରୋନା ଗ୍ରାଫ୍ ଉପର ମୁହାଁରେ ଚାଲିଛି । କରୋନା ଲେଉଟାଣି କୋପ ଭୟଙ୍କର ହେଲାଣୀ । ଦିନକୁ ଦିନ କରୋନା ମାଡି ମାଡି ଚାଲିଛି । ଏହାରି ଭିତରେ ଆସିଲା ଏକ ବଡ ଖବର । ତାହା ହେଲା ଭୁବନେଶ୍ୱର ମହାନଗର ନିଗମ ଅଂଚଳରେ ଆଉ ୧୦୩୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୦୩୪ ଜଣଙ୍କ ମଧ୍ୟରୁ କ୍ୱାରେଂଟିନରୁ ୧୫୪ ଓ ଲୋକାଲ କେସରୁ ୮୮୦ ଜଣ ଚିହ୍ନଟ ହୋଇଛନ୍ତି । ପଟିଆ-୫୪,ଲକ୍ଷ୍ମୀସାଗର-୪୦, ଖଣ୍ଡଗିରି-୪୦, ଓଲ୍ଡ ଟାଉନ-୩୭, ନୟାପଲ୍ଲୀ-୫୪, ଡୁମୁଡୁମା-୩୩, ଚନ୍ଦ୍ରଶେଖରପୁର-୩୫, ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଭୁବନେଶ୍ୱରରେ କରୋନାରୁ ଆଜି ୧୦୧୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।