ରତ୍ନ ଭଣ୍ଡାରକୁ ନେଇ ଜବାବ ଲୋଡିଲେ ହାଇକୋର୍ଟ

ରତ୍ନ ଭଣ୍ଡାରକୁ ନେଇ ଜବାବ ଲୋଡିଲେ ହାଇକୋର୍ଟ

ରତ୍ନ ଭଣ୍ଡାରକୁ ନେଇ ଜବାବ ଲୋଡିଲେ ହାଇକୋର୍ଟ

କଟକ:ଶ୍ରୀମନ୍ଦିର ରତ୍ନ ଭଣ୍ଡାର ପ୍ରସଙ୍ଗରେ ଜବାବ ଲୋଡିଲେ ହାଇକୋର୍ଟ। ରତ୍ନ ଭଣ୍ଡାର କେବେଠାରୁ ଖୋଲା ଯାଇନି ଏବଂ କାହିଁକି ଖୋଲା ଯାଇନି, ସେନେଇ ଶ୍ରୀମନ୍ଦିର ପ୍ରଶାସନ ଠାରୁ ଜବାବ ଲୋଡିଛନ୍ତି ହାଇକୋର୍ଟ। ତେବେ ରତ୍ନଭଣ୍ଡାର ଚାବି ହଜିବା ଏବଂ ଏହାର ସିବିଆଇ ତଦନ୍ତ ଦାବି ସମ୍ପର୍କିତ ଅନ୍ୟ ୩ଟି ପ୍ରସଙ୍ଗକୁ କୋର୍ଟ ଖାରଜ କରିଛନ୍ତି।  ଶ୍ରୀମନ୍ଦିର ସମ୍ପର୍କିତ ମାମଲାରେ କୋର୍ଟ ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି।

ଚାବି ହଜିବା ପ୍ରସଙ୍ଗରେ ତଦନ୍ତ ପାଇଁ ଗଠିତ ଜଷ୍ଟିସ ରଘୁବୀର ଦାସ କମିଶନ ନିଜ ରିପୋର୍ଟ ସରକାରଙ୍କ ନିକଟରେ ଦାଖଲ କରିଛନ୍ତି ଏବଂ ଏସବୁ ପ୍ରସଙ୍ଗ ତାଙ୍କ ତଦନ୍ତ ପରିସର ଭୁକ୍ତ ଥିଲା ବୋଲି ସରକାରୀ ଓକିଲ କୋର୍ଟରେ ଦର୍ଶାଇଥିଲେ। ଏହା ଶୁଣିବା ପରେ ଖଣ୍ଡପୀଠ ରତ୍ନଭଣ୍ଡାରର ସ୍ଥିତି ବ୍ୟତୀତ ଅନ୍ୟ ସମସ୍ତ ପ୍ରସଙ୍ଗକୁ ଖାରଜ କରିଛନ୍ତି।