ରଜ ସାଙ୍ଗରେ ନେଇ ଆସେ ପିଠାପଣାର ଆସର, ରଜ ପୋଡ ପିଠାର ସୁଆଦ ଅତୁଳନୀୟ

ରଜ ସାଙ୍ଗରେ ନେଇ ଆସେ ପିଠାପଣାର ଆସର, ରଜ ପୋଡ ପିଠାର ସୁଆଦ ଅତୁଳନୀୟ

ରଜ ସାଙ୍ଗରେ ନେଇ ଆସେ ପିଠାପଣାର ଆସର, ରଜ ପୋଡ ପିଠାର ସୁଆଦ ଅତୁଳନୀୟ
ରଜ ସାଙ୍ଗରେ ନେଇ ଆସେ ପିଠାପଣାର ଆସର । ରଜ ଚାରି ଦିନ ଧରି ଘରେ ବିଭିନ୍ନ ପ୍ରକାର ପିଠା ପଣା ହୋଇଥାଏ । ପୋଡପିଠା, ଚକୁଳି, ମଣ୍ଡା, ଆରିସା, କାକରା, ଖିରି ବାସ୍ନାରେ ମହକି ଉଠେ ରଜ । ପିଠା ମଧ୍ୟରେ ମୁଖ୍ୟ ଆକର୍ଷଣ ହୋଇଥାଏ ପୋଡ ପିଠା । ଏହି ପିଠା ଯେତିକି ସୁଆଦିଆ ଲାଗିଥାଏ, ଏହାକୁ ତିଆରି କରିବା ମଧ୍ୟ ସେତିକି କଷ୍ଟ । ଜାଣନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ; ପ୍ରଥମେ ଚାଉଳକୁ ଭିଜାଇ ବାଟି ଦିଅନ୍ତୁ । ଏହାକୁ ଆଣ ଭଳି କରନ୍ତୁ । କିଛି ସମୟ ଛାଡି ଦିଅନ୍ତୁ । ପରେ ଗୁଜୁରାତି ଓ ଡାଳଚିନି ଛେଚା, ଲବଙ୍ଗ, କାଜୁ, କିସମିସ, ଛେନା, ନଡିଆ କୋରା, ଖଣ୍ଡ ନଡିଆ, ଗୋଲ ମରିଚ ଓ କିଛି ଜୁଆଣିକୁ ସେଥିରେ ପକାଇ ଗୋଳାନ୍ତୁ । ଏହାକୁ ଚୁଲି ଉପରେ ବସାଇ ଚିନି ଓ ଲୁଣ ପକାନ୍ତୁ । ଆଣ ଫୁଟି ଆସିଲେ ସେଥିରେ କ୍ଷୀର ପକାନ୍ତୁ ଓ ଭଲ ଭାବେ ଚୁଲି ଉପରେ ଜନ୍ତନ୍ତୁ । ଏହା ପରେ ଏକ ବଡ ଜାଗାରେ ଘସି ନିଆଁ ପକାନ୍ତୁ ତା ଉପରେ କଦଳୀପତ୍ର ପକାଇ ଜନ୍ତା ଆଣକୁ ସେଥିରେ ରଖନ୍ତୁ ଓ କଦଳୀ ପତ୍ର ଘୋଡାଇ ଉପରେ ପୁଣି ଘସି ନିଆଁ ରଖନ୍ତୁ । ପୁଣି ଏହାକୁ ଚୁଲିରେ ବସାଇ ପୋଡନ୍ତୁ । ୪-୫ ଘଣ୍ଟା ଛାଡି ଦିଅନ୍ତୁ । ତାପରେ ଏହାକୁ କଦଳୀପତ୍ରରୁ କାଢି ଦିଅନ୍ତୁ । ପ୍ରସ୍ତୁତ ହୋଇଗଲା ଖାଣ୍ଟି ଓଡିଆ ପୋଡ ପିଠା । ପ୍ରାୟତଃ ଏହାକୁ ରାତିରେ ତିଆରି କରାଯାଇ ସକାଳେ ଖିଆଯାଏ ।