ରଜରେ ଖୋର୍ଦ୍ଧାର ବରୁଣେଇ ଓ ଉଗ୍ରତାରା ମନ୍ଦିରରେ ୧୪୪ ଧାରା ଲାଗୁ ।

ରଜରେ ଖୋର୍ଦ୍ଧାର ବରୁଣେଇ ଓ ଉଗ୍ରତାରା ମନ୍ଦିରରେ ୧୪୪ ଧାରା ଲାଗୁ ।

ରଜରେ ଖୋର୍ଦ୍ଧାର ବରୁଣେଇ ଓ ଉଗ୍ରତାରା ମନ୍ଦିରରେ ୧୪୪ ଧାରା ଲାଗୁ ।
ଚଳିତବର୍ଷ କରୋନା ପାଇଁ ଫିକାପଡିବ ରଜ ପର୍ବ । ରଜକୁ ନେଇ ଖୋର୍ଦ୍ଧାର ବରୁଣେଇ ଓ ଉଗ୍ରତାରା ମନ୍ଦିରରେ ୧୪୪ ଧାରା ଲାଗୁକରାଯାଇଛି । କରୋନା ରୋଗ ଯେଭଳି ଗୋଷ୍ଠୀ ସଂକ୍ରମିତ ନ ହୁଏ, ସେଥିପାଇଁ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। ରଜ ଉତ୍ସବ ସମୟରେ ଜିଲ୍ଲାର ବରୁଣେଇ ଓ ଉଗ୍ରତାରାଙ୍କ ପୀଠରେ ଜନ ସମାଗମ ନ ହେବା ପାଇଁ ୧୪ ତାରିଖରୁ ୨୦ତାରିଖ ପର୍ୟ୍ୟନ୍ତ ୧୪୪ ଧାରା ଲାଗୁ କରାଯାଇଛି । ଖୋର୍ଦ୍ଧା ଉପଖଣ୍ଡରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି । ତେବେ ସେଥିପାଇଁ ଫାଷ୍ଟଫୁଡ, ଜଳଖିଆ,ଗୁପଚୁପ, ଚାଟ,ଦହିବରା ଆଳୁଦମ, ବ୍ୟବସାୟୀଙ୍କୁ ଏନେଇ ସତର୍କ କରିଦିଆଯାଇଛି । କୋଭିଡ ନିୟମ ଅନୁଯାୟୀ ମାସ୍କ ପିନ୍ଧି ଓ ସାମାଜିକ ଦୂରତା ରଖି ବ୍ୟବସାୟୀମାନେ କେବଳ ପାର୍ସଲ ଦେବେ ।