ରଜନୀକାନ୍ତ ପାଇଲେ ଦାଦା ସାହେବ ଫାଲ୍‌କେ ପୁରସ୍କାର

ରଜନୀକାନ୍ତ ପାଇଲେ ଦାଦା ସାହେବ ଫାଲ୍‌କେ ପୁରସ୍କାର

ରଜନୀକାନ୍ତ ପାଇଲେ ଦାଦା ସାହେବ ଫାଲ୍‌କେ ପୁରସ୍କାର

ନୂଆଦିଲ୍ଲୀ: ସାଉଥର ସୁପରଷ୍ଟାର ତଥା ଥଲାଇଭା ରଜନୀକାନ୍ତଙ୍କୁ ମିଳିଛି ୫୧ତମ ଦାଦା ସାହେବ ଫାଲକେ ଆୱାର୍ଡ। ସୋମବାର ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନରେ ଅନୁଷ୍ଠିତ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ଉତ୍ସବରେ ତାଙ୍କୁ ଏହି ସମ୍ମାନଜନକ ପୁରସ୍କାର ମିଳିଛି। ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ଏହି ପୁରସ୍କାର ପ୍ରଦାନ ଉତ୍ସବରେ ରାଜନୀକାଥଙ୍କ ପତ୍ନୀ ଲଥା, ଝିଅ ଐଶ୍ବର୍ୟ୍ୟା ଓ ଜ୍ବାଇଁ ଧନୁଷ ମଧ୍ୟ ଉପସ୍ଥିତ ଥିଲେ। ଅସୁରନ ଫିଲ୍ମ ପାଇଁ ଧନୁଷଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ପ୍ରଦାନ କରାଯାଇଛି। ଆଶା ଭୋଁସ୍‌ଲେ, ଶଙ୍କର ମହାଦେବନ, ଅଭିନେତା ମୋହନଲାଲ ଓ ବିଶ୍ବଜିତ ଚାଟାର୍ଜୀ ଏବଂ ଚଳଚ୍ଚିତ୍ର ପ୍ରସ୍ତୁତକାରୀ ତଥା ନିର୍ଦେଶକ ସୁବାସ ଘାଇଙ୍କୁ ନେଇ ଗଠିତ ଜୁରି କମିଟି ରଜନୀକାନ୍ତଙ୍କୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରିବାକୁ ଚୟନ କରିଥିଲେ। ରଜନୀକାନ୍ତଙ୍କ ଦକ୍ଷତା, ପ୍ରତିଭା ଏବଂ ଚଳଚ୍ଚିତ୍ର ଜଗତ ପ୍ରତି ତାଙ୍କର ସମର୍ପିତ ବ୍ୟକ୍ତିତ୍ବ ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥିବା ଜୁରୀ କମିଟିର ଅନ୍ୟତମ ସଦସ୍ୟ ବିଶ୍ବଜିତ ଚାଟାର୍ଜୀ କହିଛନ୍ତି। ରଜନୀକାନ୍ତ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଏହି ପୁରସ୍କାର ତାଙ୍କ ଜୀବନର ଏକ ସ୍ବତନ୍ତ୍ର ମାଇଲଖୁଣ୍ଟ। ତାଙ୍କ ପ୍ରତି ଲୋକମାନଙ୍କର ରହିଥିବା ଭଲପାଇବାର ଏହା ହେଉଛି ପ୍ରତିଫଳନ ବୋଲି ସେ କହିଛନ୍ତି। ଶେଷଥର ପାଇଁ ଗତ ବର୍ଷ ‘ଦରବାର’ ଫିଲ୍ମରେ ତାଙ୍କର ଅଭିନୟର ଦକ୍ଷତା ଦେଖିବାକୁ ମିଳିଥିଲା। ଆସନ୍ତା ମାସରେ ତାଙ୍କର ନୂଆ ଫିଲ୍ମ ‘ଅନନ୍ଥା’ ଆସୁଥିବା ଜଣାପଡ଼ିଛି।