ଯୋଡାମୁଣ୍ଡ ଶିଶୁ କାଳିଆ ମୃତ, ଜଗା ଗୁରୁତର !

ଯୋଡାମୁଣ୍ଡ ଶିଶୁ କାଳିଆ ମୃତ, ଜଗା ଗୁରୁତର !

ଯୋଡାମୁଣ୍ଡ ଶିଶୁ କାଳିଆ ମୃତ, ଜଗା ଗୁରୁତର !
କଟକ : ଯୋଡାମୁଣ୍ଡ ଶିଶୁ ଜଗା କାଳିଆଙ୍କୁ ନେଇ ଦୁଃଖଦ ଖବର ଆସିଛି । କେତେକ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ କାଳିଆର ମୃତୁ୍ୟ ହୋଇଥିବାବେଳେ ଜଗା ଗୁରୁତର ରହିଛି । ଅପରପକ୍ଷରେ ଅନ୍ୟ କେତେକ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ କାଳିଆ ଗୁରୁତର ରହିଛି । କିନ୍ତୁ ଏସଂକ୍ରାନ୍ତରେ ଏସସିବି ପକ୍ଷରୁ କିଛି ସ୍ପଷ୍ଟ କରାଯାଇନାହିଁ । ବିଭିନ୍ନ ଗଣମାଧ୍ୟମରେ ଭିନ୍ନ ଭିନ୍ନ ଖବର ପ୍ରକାଶ ପାଇଥିବାବେଳେ ଏନେଇ ଚର୍ଚ୍ଚା ଜୋର ଧରିଛି । ଗୋଟିଏ ଗଣମାଧ୍ୟମର ଖବର ଅନୁଯାୟୀ, କାଳିଆ ଆଜି ପ୍ରାଣ ହରାଇଛି । କଟକ ବଡ ମେଡିକାଲରେ ଚିକିତ୍ସିତ ଅବସ୍ଥାରେ କାଳିଆ ପ୍ରାଣ ହରାଇଛି । ଏହା ସହିତ ଜଗାର ଅବସ୍ଥା ଅତ୍ୟନ୍ତ ଗୁରୁତର ରହିଥିବା ଜଣାପଡିଛି । ବିଗତ ଦୁଇ ଦିନ ଧରି କାଳିଆକୁ ଜ୍ୱର ହୋଇଥିବା ବେଳେ ସେ ଆଜି ପ୍ରାଣ ହରାଇଛି । ତେବେ ଅଧିକାଂଶ ଗଣମାଧ୍ୟମ କାଳିଆ ଗୁରୁତର ଥିବା କୁହାଯାଉଛି । ଉଲ୍ଲେଖଯୋଗ୍ୟ ଯେ, ଜଗା ଏବଂ କାଳିଆଙ୍କର ୨୦୧୭ରେ ଅପରେସନ କରାଯାଇଥିଲା । ୧୨୫ ଜଣିଆ ଡାକ୍ତରୀ ଟିମ ଅପରେସନ କରି ଏହି ଯୋଡାମୁଣ୍ଡ ଶିଶୁଙ୍କୁ ଅଲଗା କରିଥିଲେ । ଅସ୍ତ୍ରୋପଚାର ପରେ ଜଗା ସୁସ୍ଥ ରହିଥିବା ବେଳେ କାଳିଆ ସାମାନ୍ୟ ଅସୁସ୍ଥ ରହିଥିଲା । ଏହାପରେ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରାଯାଇ ଉଭୟଙ୍କୁ ଏସସିବିରେ ଭର୍ତ୍ତି କରାଯାଇଥିଲା ।