ଯୁକ୍ତ ଦୁଇ କଲେଜ ବଦଳାଇବା ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ଯୁକ୍ତ ଦୁଇ କଲେଜ ବଦଳାଇବା ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ଯୁକ୍ତ ଦୁଇ କଲେଜ ବଦଳାଇବା ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି
ଭୁବନେଶ୍ୱର: କନିଷ୍ଠ ମହାବିଦ୍ୟାଳୟ (ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ)ରେ ନାମ ଲେଖାଇଥିବା ଯୁକ୍ତ ଦୁଇ ପ୍ରଥମ ବର୍ଷର ଛାତ୍ରଛାତ୍ରୀ ଶିକ୍ଷାନୁଷ୍ଠାନ ପରିବର୍ତ୍ତନ କରିପାରିବେ । ଏ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତିରେ ଉଲ୍ଲେଖ ରହିଛି ଯେ ଆସନ୍ତା ୧୯ ( ଶୁକ୍ରବାର) ଠାରୁ ୱେବସାଇଟରେ ଆବେଦନ ଫର୍ମ ଉପଲବ୍ଧ ହେବ । କନିଷ୍ଠ ମହାବିଦ୍ୟାଳୟ ବଦଳାଇବାକୁ ଆଗ୍ରହୀ ଛାତ୍ରଛାତ୍ରୀ କେବଳ ଅନଲାଇନ ମାଧ୍ୟମରେ ୨୬ ତାରିଖ ପର୍ଯ୍ୟନ୍ତ ଆବେଦନ କରିପାରିବେ । ୨୦ ରୁ ୨୭ ତାରିଖ ମଧ୍ୟରେ ବିଦ୍ୟାଳୟ ସ୍ଥାନାନ୍ତର ପାଇଁ ଯାଞ୍ଚ କରାଯିବ । ୨୨ ରୁ ୩୦ ତାରିଖ ମଧ୍ୟରେ ଜିଲ୍ଲାସ୍ତରୀୟ ସାମ୍ସ ନୋଡାଲ ସେଣ୍ଟରରେ କାଗଜପତ୍ର ଯାଞ୍ଚ କରାଯିବ । ମାର୍ଚ୍ଚ ୩୧ ରୁ ଜୁନ ୯ ତାରିଖ ମଧ୍ୟରେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିଦେ୍ର୍ଧଶାଳୟ ଦ୍ୱାରା ଦରଖାସ୍ତ ଯାଞ୍ଚ କରାଯିବା ପରେ ଅନୁମତି ଦିଆଯିବ । ନିଦେ୍ର୍ଧଶାଳୟର ନିଦେ୍ର୍ଧଶକ ବୃନ୍ଦାବନ ବେହେରା ସମସ୍ତ ସରକାରୀ ଓ ବେସରକାରୀ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖି ଜଣାଇଛନ୍ତି ।