ଯାଁଳା ଫାଣ୍ଡିରେ ଦେଖିବାକୁ ମିଳିଛି ପୁଲିସ ଅବହେଳାର ନଗ୍ନ ଚିତ୍ର
ଯାଁଳା ଫାଣ୍ଡିରେ ଦେଖିବାକୁ ମିଳିଛି ପୁଲିସ ଅବହେଳାର ନଗ୍ନ ଚିତ୍ର
admin
Mar 14, 2021 - 06:25
Updated: Mar 14, 2021 - 06:25
ଭୁବନେଶ୍ୱର: ଜଟଣୀ ଥାନା ଯାଁଳା ଫାଣ୍ଡିରେ ଦେଖିବାକୁ ମିଳିଛି ପୁଲିସ ଅବହେଳାର ନଗ୍ନ ଚିତ୍ର । ଗଞ୍ଜେଇ ମାମଲାରେ ଫାଣ୍ଡି ପରିସରରେ ଜବତ ହୋଇ ପଡ଼ି ରହିଥିବା ଏକ କାର ଭିତରୁ ମିଳିଥିଲା ଜଣେ ମହିଳାଙ୍କ କଙ୍କାଳ । ଫାଣ୍ଡି ହେପାଜତରେ ଥିବା କାର ଭିତରେ ଜଣେ ମହିଳା ମରିଯାଇଛନ୍ତି । ୬ ମାସ ହେଲା ମୃତ ଦେହ ପଚିସଢ଼ି କେବଳ କଙ୍କାଳ ରହିଯାଉଛି । ପୁଲିସ ବାବୁମାନେ ଥାନାକୁ ଯିବା ଆସିବା କରୁଥିଲେ । ଅନେକ ଅଭିଯୋଗକାରୀ ବି ଥାନାକୁ ଆସୁଥିଲେ । ଅଥଚ କେହି ଜାଣି ପାରିଲେନି । ଉକ୍ତ କଙ୍କାଳର ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ଘଟଣାକୁ ନେଇ ଏବେ ରାଜ୍ୟବ୍ୟାପୀ ଚର୍ଚ୍ଚା ଜୋର ଧରିଛି । କଙ୍କାଳଟି ଜଣେ ମହିଳାଙ୍କର ବୋଲି ଜଣାପଡ଼ିବା ପରେ ଘଟଣାଟି ଅଧିକ ରୋଚକ ହୋଇଛି । ମହିଳାଙ୍କ ପରିଚୟ ମିଳିନାହିଁ । ମାତ୍ର ବ୍ୟବଚ୍ଛେଦ ରିପୋର୍ଟ କହୁଛି ମହିଳାଙ୍କ ବୟସ ମାତ୍ର ୪୫ ବର୍ଷ ହେବ ଏବଂ ୬ ମାସ ତଳୁ ତାଙ୍କର ସ୍ୱାଭାବିକ ମୃତୁ୍ୟ ହୋଇଛି । ମହିଳା ଜଣଙ୍କ କେମିତି ଓ କେଉଁ ପରିସ୍ଥିତିରେ ଗାଡ଼ି ଭିତରକୁ ଆସିଲେ ଓ ସେଠାରେ ମରିଗଲେ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହି ଘଟଣା ପଦାକୁ ଆସିବା ପରେ ଉକ୍ତ ଫାଣ୍ଡିର ଅଧିକାରୀଙ୍କୁ ନିଲମ୍ବିତ କରିଛନ୍ତି ଡିସିପି ଉମାଶଙ୍କର ଦାଶ । ଚୋରାରେ ଗଞ୍ଜେଇ ଚାଲାଣ ଅଭିଯୋଗରେ ୨୦୧୯ ନଭେମ୍ବରରେ ଯାଁଳା ଫାଣ୍ଡି ଅଞ୍ଚଳରୁ ଏକ କାର (ଓଡି୦୨ଡି୩୭୩୭) ଜବତ କରିଥିଲା ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ପୁଲିସ । ଜବତ ହୋଇଥିବା ଗଞ୍ଜେଇ ଓ ଅଭିଯୁକ୍ତଙ୍କୁ ଧରି ନେଇଥିଲା । ଜବତ କାରକୁ ନ ନେଇ ୧୬ ନଂ ଜାତୀୟ ପଥ ପାଶ୍ୱର୍ରେ ଥିବା ଯାଁଳା ଫାଣ୍ଡି ପରିସରରେ ରଖିଦେଇଥିଲା ।