ମୋବାଇଲ ନେଲା ଚାକିରୀ ...

ମୋବାଇଲ ନେଲା ଚାକିରୀ ...

ମୋବାଇଲ ନେଲା ଚାକିରୀ ...
ସୁବର୍ଣ୍ଣପୁର - ବିଦ୍ୟାଳୟରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପାଇଁ ମୋବାଇଲ ବ୍ୟବହାର ଉପରେ କଟକଣା ଜାରି କରାଯାଇଥିଲେ କିଏ ଏହାକୁ ମାନୁଛନ୍ତି ତ କିଏ ଏହି ନିୟମକୁ ଫୁ କରି ଉଡ଼ାଇ ଦେଉଛନ୍ତି । ତେବେ ବିଦ୍ୟାଳୟରେ ମୋବାଇଲଟି ଗପିବା ଏବେ ଜଣେ ଶିକ୍ଷକଙ୍କ ପାଇଁ କାଳ ହୋଇଛି । ମୋବାଇଲରେ ଗପି ଜଣେ ଶିକ୍ଷକ ନିଲମ୍ବିତ ହୋଇଛନ୍ତି । ଶ୍ରେଣୀଗୃହରେ ସମ୍ପୃକ୍ତ ଶିକ୍ଷକ ଜଣକ ମୋବାଇଲରେ ଗୋପୁଥିବା ସମ୍ପର୍କିତ ଏକ ଭିଡିଓ ଭାଇରାଲ ହେବା ପରେ ତାଙ୍କୁ ନିଲମ୍ବିତ କରାଯାଇଛି । ଶିକ୍ଷକ ଜଣକ ହେଲେ ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଟେଭାପଦର ଉଚ୍ଚପ୍ରାଥମିକ ସ୍କୁଲର ମୁରଲୀଧର ସାହୁ । ଶ୍ରେଣୀଗୃହରେ ପିଲାମାନେ ଖେଳୁଥିବାବେଳେ ଶିକ୍ଷକ ଶ୍ରୀ ଦାହୁ ମୋବାଇଲରେ ଗପିବାରେ ବ୍ୟସ୍ତ ଥିଲେ । ଯାହାର ଏକ ଭିଡିଓ ଭାଇରାଲ ହୋଇଥିଲା । ଏନେଇ ବ୍ଲକ ଶିକ୍ଷାଧିକାରୀ ତାଙ୍କୁ ନିଲମ୍ବିତ କରିଛନ୍ତି ।