ମୋତେ ବି ପିଏସଓ ମିଳିଛି, ଡର ଲାଗୁଛି : ସୌମ୍ୟରଞ୍ଜନ ପଟ୍ଟନାୟକ

ମୋତେ ବି ପିଏସଓ ମିଳିଛି, ଡର ଲାଗୁଛି : ସୌମ୍ୟରଞ୍ଜନ ପଟ୍ଟନାୟକ

ମୋତେ ବି ପିଏସଓ ମିଳିଛି, ଡର ଲାଗୁଛି : ସୌମ୍ୟରଞ୍ଜନ ପଟ୍ଟନାୟକ


ଭୁବନେଶ୍ୱର: ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଜଣେ ପୁଲିସ ଏଏସଆଇ ଗୁଳି ମାରି ହତ୍ୟା କରିବା ପରେ ସମସ୍ତଙ୍କ ମନରେ ଛାନିଆ । ଗତକାଲି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ପୁଲିସ ଉପରେ ଭରସା ନଥିବା କହି ପିଏସଓକୁ ଫେରାଇ ଦେଇଥିବାବେଳେ ଆଜି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ନିଜ ପିଏସଓକୁ ନେଇ ଶଙ୍କାଗ୍ରସ୍ତ ଥିବା କହିଛନ୍ତି । ଏପରିକି ମୋତେ ବି ପିଏସଓ ମିଳିଛି, ଡର ଲାଗୁଛି ସେ ଗୋପାଳ ଦାସ ହେବନି ତ ବୋଲି ସେ କହିଛନ୍ତି ।
 ସେ କହିଛନ୍ତି ଯେ ପୁଲିସ ଜଣେ ପାୱରଫୁଲ ମନ୍ତ୍ରୀଙ୍କୁ ଗୁଳି କରିବା ମୋତେ ଆଶ୍ଚର୍ଯ୍ୟ ଲାଗୁଛି ।  ବିଶ୍ୱାସ ହେଉନି ।  ଏହା ଗ୍ରହଣ ଯୋଗ୍ୟ ନୁହେଁ । ମୋତେ ବି ପିଏସଓ ମିଳିଛି, ଡର ଲାଗୁଛି ସେ ଗୋପାଳ ଦାସ ହେବନି ତ । ପୁଲିସ ହତ୍ୟା ପଛର ଅସଲ କାରଣ ଖୋଜି ତଥ୍ୟ ସାମନାକୁ ଆଣିବା ଦରକାର । ବର୍ତ୍ତମାନ ଯାହା ପ୍ରକାଶ ପାଉଛି ସବୁ ଗସିପ, ଯିଏ ଯାହା ପାରିଲା କହିଲା ।  ପୁଲିସ ଯେତେଶୀଘ୍ର ସତ୍ୟ ବାହାର କରିବ, ଚର୍ଚ୍ଚା ବନ୍ଦ ହେବ ବୋଲି ସୌମ୍ୟରଞ୍ଜନ ପଟ୍ଟନାୟକ କହିଛନ୍ତି ।

ସେହିପରି  ଗୋପାଳ ଦାସ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ କାହିଁକି ହତ୍ୟା କଲା ସେ କଥା ଜଗନ୍ନାଥଙ୍କୁ ଜଣା ବୋଲି ଡିଜିପି କହିବା ପ୍ରସଙ୍ଗରେ ମତରଖି ସୌମ୍ୟ ପଟ୍ଟନାୟକ କହିଛନ୍ତି ଯେ ଡିଜିପି ଜଗନ୍ନାଥଙ୍କୁ ପ୍ରାର୍ଥନା କରି କାରଣ ଜାଣନ୍ତୁ ଓ ଆମକୁ ଜଣାନ୍ତୁ । ଫଳରେ ବୋଥ୍ରା ବାବୁ ଯେଉଁ ହନ୍ତସନ୍ତ ହେଉଛନ୍ତି ଆଉ ହେବେନି । ପୁଲିସ ଉପରେ ଭରସା କରିବାକୁ ପଡ଼ିବ । ନଚେତ ଅରାଜକତା । ସବୁ ପୁଲିସ ଖରାପ ନୁହନ୍ତି ବୋଲି ସୌମ୍ୟରଞ୍ଜନ ପଟ୍ଟନାୟକ କହିଛନ୍ତି ।

ପ୍ରକାଶ ଯେ ଗତକାଲି ପିଏସ୍‌ଓ ଫେରାଇ ଦେଇଥିଲେ ବିରୋଧ ଦଳ ନେତା ଜୟନାରାୟଣ ମିଶ୍ର। ଓଡ଼ିଶା ପୋଲସ ଉପରେ ଭରସା ନାହଁ କରି ନିଜ ବ୍ୟକ୍ତିଗତ ସୁରକ୍ଷାକର୍ମୀଙ୍କୁ ଫେରାଇ ଦେଇଥିଲେ। ନବ ଦାସଙ୍କ ହତ୍ୟା ଘଟଣା ପରେ ସେ ଏହିପରି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଥିବା କହିଥିଲେଶ୍ରୀ ମିଶ୍ର। ଓଡ଼ିଶା ପୋଲିସରେ କାର୍ୟ୍ୟରତ ପୋଲିସ ଅଧିକାରୀ ଅପରାଧରେ ଲିପ୍ତ ରହୁଛନ୍ତି। ତେଣୁ ଓଡ଼ିଶା ପୋଲିସ ଉପରେ ତାଙ୍କର ଆଉ ଆସ୍ଥା ଭରସା ନଥିବା ବିରୋଧ ଦଳ ନେତା ଜୟନାରାୟଣ ମିଶ୍ର କହିଥିଲେ।