ମୁହଁ ଖୋଲିଲେ ବାବୁସାନ
ମୁହଁ ଖୋଲିଲେ ବାବୁସାନ
ଭୁବନେଶ୍ୱର: ନା ସେ ମୋତେ ବ୍ଲାକମେଲ କରୁଛି, ନା ସେ ହଇରାଣ କରୁଛି। ସେ ମୋତେ ବହୁତ ଭଲ ସହଯୋଗ କରୁଛି ବୋଲି ବାବୁସାନ କହିଛନ୍ତି। ଖରାପ ସଙ୍ଗତରେ ପୁଅ ପଡ଼ିଥିବା ନେଇ ମା ଅପରାଜିତାଙ୍କ ବୟାନ ପରେ ନୂଆ ଭିଡ଼ିଓ ଜାରି କରି ବାବୁସାନ କାଉଣ୍ଟର କରିଛନ୍ତି। ସେ କହିଛନ୍ତି, ଭିଡ଼ିଓରେ ଯାହା କଥା କୁହାଯାଉଛି, ସେ ମୋର ଭଲ ସାଙ୍ଗ। ପ୍ରକୃତି କୌଣସି ବ୍ଲାକମେଲ କରିନାହାଁନ୍ତି।
ମା’ ଅପରାଜିତା ମହାନ୍ତି ଗଣମାଧ୍ୟମ ଜରିଆରେ ବାବୁସାନଙ୍କୁ ଆକୁଳ କଣ୍ଟରେ ବାର୍ତ୍ତା ଦେଇ କହିଛନ୍ତି, ’ପୁଅ ଭୁଲ୍ ବାଟକୁ ଚାଲିଯାଇଛୁ। ତୋ ପୁଅ ତୋତେ ଖୋଜୁଛି। ତୁ ଚାଲିଆ। ଯାହା ସହ ସାଙ୍ଗ ହୋଇଛୁ ସେମାନେ ଭଲ ନୁହଁନ୍ତି।’
ଭଉଣୀ ତୃପ୍ତି ମହାନ୍ତିଙ୍କ ଅଭିଯୋଗ ପରେ ପାଲଟା ଜବାବ ଦେଇଛନ୍ତି ଅଭିନେତ୍ରୀ ପ୍ରକୃତି ମିଶ୍ର। ସେ କହିଛନ୍ତି କେହି କାହା ଘର ଭାଙ୍ଗି ପାରନ୍ତିନି। ଘର ଭାଙ୍ଗି ସାରିଛି। ତାଙ୍କୁ କୁହ ବେକରେ ଶିକୁଳି ପକାଇ ସ୍ୱାମୀକୁ ଘରେ ବାନ୍ଧି ରଖନ୍ତୁ।




admin 