ମୁସେୱାଲାଙ୍କ ପରିବାରକୁ ଭେଟିବେ ରାହୁଲ

ମୁସେୱାଲାଙ୍କ ପରିବାରକୁ ଭେଟିବେ ରାହୁଲ

ମୁସେୱାଲାଙ୍କ ପରିବାରକୁ ଭେଟିବେ ରାହୁଲ

ନୂଆଦିଲ୍ଲୀ: ଗୁଳିରେ ନିହତ ଯୁବ ପଞ୍ଜାବୀ ଗାୟକ ତଥା କଂଗ୍ରେସର ନବାଗତ ନେତା ସିଦ୍ଧୁ ମୁସେୱରାଲାଙ୍କ ପରିବାରକୁ ଭେଟିବେ ରାହୁଲ ଗାନ୍ଧି । କଂଗ୍ରେସ ନେତା ରାହୁଲ ଗାନ୍ଧି ଆସନ୍ତାକାଲି (ମଙ୍ଗଳବାର) ପଞ୍ଜାବ ଗସ୍ତ କରିବା ସହ ମାନସା ଯାଇ ମୁସେୱାଲାଙ୍କ ପରିବାରକୁ ଭେଟିବା କାର୍ଯ୍ୟକ୍ରମ ରହିଛନ୍ତି । ତାଙ୍କ ବାପା, ମା’ଙ୍କୁ ରାହୁଲ ଭେଟିବେ। ରାହୁଲଙ୍କ ସହ ପଞ୍ଜାବ ପିସିସିର ନୂଆ ସଭାପତି ଓ କିଛି ସ୍ଥାନୀୟ ନେତା ବି ଉପସ୍ଥିତ ରହିବେ । 

  ଆଜି କଂଗ୍ରେସ ନେତା ସଚିନ ପାଲଇଟ ପଞ୍ଜାବ ଯାଇ ମୁସେୱାଲାଙ୍କ ପରିବାରକୁ ଭେଟିଛନ୍ତି । ନିକଟରେ ମୁସେୱାଲା ନିଜ ଗାଁକୁ ଯାଉଥିବାବେଳେ ଅଚାନକ ତାଙ୍କ କାରକୁ ଅଟକାଇ ଅତିର୍କତ ଭାବେ ଗୁଳି ବର୍ଷା କରାଗଲା । ଏଥିରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତୁ୍ୟ ହୋଇଥିଲା । ଦିନକ ପୂର୍ବରୁ ମୁସେୱାଲାଙ୍କୁ ଦିଆଯାଇଥିବା ସୁରକ୍ଷା ବ୍ୟବସ୍ଥାକୁ ରାଜ୍ୟର ନୂଆ ଆମ ଆଦମି ପାର୍ଟି ସରକାର କାଢ଼ି ଦେଇଥିଲେ । ଏ ନେଇ କଂଗ୍ରେସ ଓ ବିଜେପି ଉଭୟ ବିଜେପି ଉପରେ ବର୍ଷିଛନ୍ତି ।