ମୁର୍ମୁଙ୍କୁ ଭୋଟ ଦେଲେ ମୋକିମ୍, ହାଇକମାଣ୍ଡ ଖପ୍ପା

ମୁର୍ମୁଙ୍କୁ ଭୋଟ ଦେଲେ ମୋକିମ୍, ହାଇକମାଣ୍ଡ ଖପ୍ପା

ମୁର୍ମୁଙ୍କୁ ଭୋଟ ଦେଲେ ମୋକିମ୍,  ହାଇକମାଣ୍ଡ ଖପ୍ପା

ଭୁବନେଶ୍ୱର : କଟକ ବାରବାଟୀ ବିଧାୟକ ମହମ୍ମଦ ମୁକିମଙ୍କ ଉପରେ ହାଇକମାଣ୍ଡ ଖପ୍ପା ଥିବା ଜଣାପଡ଼ିଛି  । ଗଣମାଧ୍ୟମ ଆଗରେ ମୁକିମ ଯେଉଁଭଳି ଭାବେ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଲି ବୋଲି କହିଛନ୍ତି ତାହାକୁ ଦଳ ସହଜରେ ଗ୍ରହଣ କରିପାରିନାହିଁ  । ଏହାକୁ ନେଇ କଂଗ୍ରେସ ବିଧାୟକମାନେ ଉଦବେଗ ପ୍ରକାଶ କରିଥିବାବେଳେ ଏନେଇ ହାଇକମାଣ୍ଡଙ୍କ ନିକଟକୁ ଅବଗତ କରାଯାଇଛି  । ମୁକିମଙ୍କର ଏତାଦୃଶ ଭୋଟଦାନ ଓ ଭୋଟ ଦେବା ପରେ ଗଣମାଧ୍ୟମକୁ ଦେଇଥିବା ବିବୃତିର ଭିଡ଼ିଓ କ୍ଲିପ ଦଳର ପ୍ରଭାରୀଙ୍କୁ ପଠାଯାଇସାରିଛି  । ଦୁଇ ଚାରିଦିନ ଭିତରେ ଏନେଇ ମୁକିମଙ୍କୁ ପଚାରଯିବ ବୋଲି ଏକ ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି  ।
ଅପରପକ୍ଷରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ବିଧାୟକ ତାରା ପ୍ରସାଦ ବାହିନୀପତି ଓ ସନ୍ତୋଷ ସିଂହ ସାଲୁଜା ଏହାକୁ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି  । ସେହିପରି ପିସିସି ସଭାପତି ଶରତ ପଟ୍ଟନାୟକ ମଧ୍ୟ ଉଦବେଗ ପ୍ରକାଶ କରିଛନ୍ତି  ।

ରାଷ୍ଟ୍ରପତି ନିର୍ବାଚନ ପାଇଁ ଆଜି ଭୋଟ ଗ୍ରହଣ ଚାଲିଛି  । ତେବେ କଂଗ୍ରେସ ବିଧାୟକ କ୍ରସ ଭୋଟିଂ କରିଥିବା ସୂଚନା ମିଳିଛି  । କଟକ ବାରବାଟୀ ବିଧାୟକ ମହମ୍ମଦ ମୁକିମଙ୍କୁ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଇଛନ୍ତି  । ଏନଡ଼ିଏ ପକ୍ଷରୁ ଦ୍ରୌପଦୀ ମୁର୍ମୁଙ୍କୁ ପ୍ରାର୍ଥୀ କରାଯାଇଥିବାବେଳେ ମିଳିତ ବିରୋଧୀ ଦଳରୁ ଯଶୱନ୍ତ ସିହ୍ନା ପ୍ରାର୍ଥୀ ହୋଇଛନ୍ତି  । ଯଶୱନ୍ତ ସିହ୍ନାଙ୍କୁ କଂଗ୍ରେସ ବିଧାୟକମାନେ ଭୋଟ ଦେବେବୋଲି ପୂର୍ବରୁ ଘୋଷଣା କରାଯାଇଥିଲା  ।

ସୂଚନାଯୋଗ୍ୟଯେ, ଦୀର୍ଘବର୍ଷ ପରେ ଓଡ଼ିଶାରୁ ଜଣେ ମହିଳାଙ୍କୁ ଏନଡ଼ିଏ ରାଷ୍ଟ୍ରପତି ପ୍ରାର୍ଥୀ କରିଛି  । ଦ୍ରୌପଦୀ ମୁର୍ମୁ ଦେଶର ପ୍ରଥମ ମହିଳା ଆଦିବାସୀ ରାଷ୍ଟ୍ରପତି ହେବାକୁ ଯାଉଛନ୍ତି  । ନିର୍ବାଚନ ଜିଣିବା ପାଇଁ ଇତିମଧ୍ୟରେ ଦ୍ରୌପଦୀଙ୍କୁ ବହୁ ସମର୍ଥନ ମିଳିସାରିଛି  । ବିଜୁ ଜନତା ଦଳ ମଧ୍ୟ ମୁର୍ମୁଙ୍କୁ ସମର୍ଥନ କରିବା ସହ ତାଙ୍କ ପାଇଁ ଭୋଟ ଭିକ୍ଷା ବି କରିଛି  । ଏପରିକି ବିଜୁ ଜନତା ଦଳର ନେତାମାନେ ଏନେଇ କଂଗ୍ରେସ ବିଧାୟକମାନଙ୍କ ସହ ଆଲୋଚନା କରାଯାଇଥିଲା  । ତେବେ ଜାତୀୟ ଦଳ ହୋଇଥିବାରୁ ହାଇକମାଣ୍ଡଙ୍କ ନିଷ୍ପତି ଅନୁଯାୟୀ ସେମାନେ ଯଶୱନ୍ତ ସିହ୍ନାଙ୍କୁ ଭୋଟ ଦେବେ ବୋଲି ପିସିସି ସଭାପତି ଶରତ ପଟ୍ଟନାୟକ ଓ କଂଗ୍ରେସ ବିଧାୟକ ଦଳ ନରସିଂହ ମିଶ୍ର ପୂର୍ବରୁ ସୂଚନା ଦେଇଥିଲେ  ।