ମୁମ୍ବାଇ ଆସିବ ତୃତୀୟ ଲହରୀ!

ମୁମ୍ବାଇ ଆସିବ ତୃତୀୟ ଲହରୀ!

ମୁମ୍ବାଇ ଆସିବ ତୃତୀୟ ଲହରୀ!

ମୁମ୍ବାଇ: ଆଶଙ୍କା ଯଦି ସତ ହୁଏ, ତେବେ ସ୍ଥିତି ଭୟାନକ ହେବ । ଗଣେଶ ପୂଜା ପାଇଁ ମୁମ୍ବାଇରେ ଯେଉଁଭଳି ଭିଡ଼ ଦେଖିବାକୁ ମିଳିଛି, ତାହା କରୋନାର ତୃତୀୟ ଲହରୀକୁ ଡାକି ଆଣିପାରେ । ମୁମ୍ବାଇରେ ମାଡ଼ିଯାଇପାରେ କରୋନାର ତୃତୀୟ ଲହରୀ । ଏମିତି ଆଶଙ୍କା କରୁଛନ୍ତି ବିଶେଷଜ୍ଞ । ଗଣେଶ ପୂଜାରେ ମୁମ୍ବାଇରେ ଲୋକେ କଟକଣାକୁ ପରୱା ନ କରି ମନଇଚ୍ଛା ବୁଲାବୁଲି ଆରମ୍ଭ କରି ଦେଇଛନ୍ତି । ଏହା ହିଁ ବିପଦର କାରଣ ହେବ ବୋଲି କୁହାଯାଉଛି । 

କିଛିଦିନ ହେଲା ମୁମ୍ବଇ ମହାନଗରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ଗଣେଶ ପୂଜା ପାଇଁ ଏଠାରେ ତୃତୀୟ ଲହର ଆସିବା ସମ୍ଭାବନା ସୃଷ୍ଟି ହୋଇଛି। ଗଣେଶ ପୂଜା ପୂର୍ବଦିନ ମୁମ୍ବଇ ମହାନଗର ବାସିନ୍ଦା କୋଭିଡ ସମ୍ପର୍କିତ ସମସ୍ତ ନିୟମାବଳୀକୁ ଖୋଲାଖୋଲି ଉଲ୍ଲଂଘନ କରିଛନ୍ତି। ହଜାର ହଜାର ସଂଖ୍ୟାରେ ଜନସାଧାରଣ ବଜାରରେ ଭିଡ ଲଗାଇବା ସହିତ ପୂଜା ପାଇଁ ବିଭିନ୍ନ ସାମଗ୍ରୀ ଖରିଦ କରୁଥିବା ଦେଖିବାକୁ ମିଳିଥିଲା। ସେଥିରେ ସାମାଜିକ ଦୂରତା ବଜାୟ ରହିବା ତ ଦୂରର କଥା, ଅନେକଙ୍କ ମୁହଁରେ ମାସ୍କ ନଥିଲା। ଏହା ଏବେ ମୁମ୍ବଇ ମହାନଗର ପ୍ରଶାସନ ଓ ରାଜ୍ୟ ସରକାରଙ୍କ ପାଇଁ ଚିନ୍ତା ବଢାଇ ଦେଇଛି।

ଗଣେଶ ପୂଜା ପୂର୍ବରୁ ମୁମ୍ବଇ ମହାନଗରୀରେ ୧୪୪ ଧାରା ଜାରି କରାଯାଇ ୫ କିମ୍ବା ତାହାଠାରୁ ଅଧିକ ଲୋକ ସମବେତ ହେବା ଉପରେ କଟକଣା ଜାରି କରାଯାଇଥିଲା। ଏହି ଆଦେଶ ଚଳିତ ସେପ୍ଟେମ୍ବର ମାସ ୧୦ରୁ ୧୯ ପର୍ୟ୍ୟନ୍ତ ବଳବତ୍ତର ରହିବ। ଏହି ସମ ମଧ୍ୟରେ ଶୋଭାଯାତ୍ରା, ସମାବେଶ, ଶ୍ରଦ୍ଧାଳୁମାନେ ଗଣେଶ ଉତ୍ସବ ପେଣ୍ଡାଲ ଦର୍ଶନ କରିବା ଆଦିକୁ ବାରଣ କରାଯାଇଛି। ପ୍ରଶାସନ ପକ୍ଷରୁ ଜାରି ଆଦେଶନାମାରେ କୁହାଯାଇଛି ଯେ ଶ୍ରଦ୍ଧାଳୁମାନେ ଅନ୍‍ଲାଇନରେ ପୂଜା ପେଣ୍ଡାଲ ଦର୍ଶନ କରିପାରିବେ। ଏହି ଆଇନ ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଭାରତୀୟ ଦଣ୍ଡବିଧି ଆଇନର ଧାରା ୧୮୮ ଅଓ ଅନ୍ୟାନ୍ୟ ଧାରା ଅନୁଯାୟୀ ଦଣ୍ଡବିଧାନ କରାଯିବ। ତେବେ ୯ ତାରିଖ ଦିନ ଦାଦର ଏବଂ ମହାନଗରର ଅନ୍ୟାନ୍ୟ ସ୍ଥାନରେ ହଜାର ହଜାର ଲୋକ ବଜାରକୁ ଆସିବା ସହିତ ଗଣେଶଙ୍କ ମୂର୍ତ୍ତି ଓ ପୂଜା ସାମଗ୍ରୀ ଖରିଦ କରିବା ଆରମ୍ଭ କରିଦେଇଥିଲେ। ପରିସ୍ଥିତି ଏଭଳି ହୋଇଥିଲା ଯେ ଉକ୍ତ ଅଞ୍ଚଳରେ ଚାଲି ଚାଲି ଯିବା ମଧ୍ୟ କଷ୍ଟକର ହୋଇପଡିଥିଲା।