ମୁଖ୍ୟମନ୍ତ୍ରୀଙ୍କୁ କଟାକ୍ଷ କଲେ ଧାମନଗର ନବ ନିର୍ବାଚିତ ବିଧାୟକ ସୂର୍ୟ୍ୟବଂଶୀ ସୂରଜ
ମୁଖ୍ୟମନ୍ତ୍ରୀଙ୍କୁ କଟାକ୍ଷ କଲେ ଧାମନଗର ନବ ନିର୍ବାଚିତ ବିଧାୟକ ସୂର୍ୟ୍ୟବଂଶୀ ସୂରଜ
ପଦ୍ମପୁର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କଟାକ୍ଷ କରିଛନ୍ତି ଧାମନଗର ନବ ନିର୍ବାଚିତ ବିଧାୟକ ସୂର୍ୟ୍ୟବଂଶୀ ସୂରଜ। ‘ତଥ୍ୟ ସଂଗ୍ରହ ଚାଲିଛି’ ଏବେ ନୂଆ ଟ୍ରେଣ୍ଡ ହୋଇଛି ବୋଲି ସେ କହିଛନ୍ତି। ଆଗରୁ କହୁଥିଲେ ଆଇନ୍ ତା’ ବାଟରେ ଯିବ, ଏବେ କହୁଛନ୍ତି ତଥ୍ୟ ସଂଗ୍ରହ ଚାଲିଛି। ପଦ୍ମପୁରରେ ପ୍ରଚାର କରିବାକୁ ଯାଇ ସୂର୍ୟ୍ୟବଂଶୀ ଏପରି କଟାକ୍ଷ କରିଛନ୍ତି।
ସୂର୍ୟ୍ୟବଂଶୀ ସୂରଜ କହିଛନ୍ତି, ନବୀନ ପଟ୍ଟନାୟକ ହେଉଛନ୍ତି ଏ ପ୍ରଦେଶର ନେତା। ଆମ ସମସ୍ତଙ୍କର ମୁଖ୍ୟମନ୍ତ୍ରୀ। ସେ ଧାମନଗର, ପିପିଲି, ବିଜେପୁର, ପାଟକୁରା ଓ ବାଲେଶ୍ୱର ନିର୍ବାଚନମଣ୍ଡଳୀର ଦାୟିତ୍ୱ ନେବେ ବୋଲି କହିଥିଲେ। ଏଥିରେ ରାଜ୍ୟବାସୀ ବହୁତ ଖୁସି ଜାହିର କରିଥିଲେ। ଯେତେବେଳେ ମୁଁ ଧାମନଗରରୁ ବିଧାୟକ ଭାବେ ନିର୍ବାଚିତ ହେଲି, ଗତ ୨୪ ତାରିଖରେ ବିଧାନସଭାରେ ଏନେଇ ପ୍ରଶ୍ନ କରିଥିଲି। ୨୮ ତାରିଖରେ ପୁଣି ଥରେ ସେହି ପ୍ରଶ୍ନ ପଚାରିବାକୁ ଚାହିଁଥିଲି। ଆଉ ତା’ପରେ ଉତ୍ତର ପାଇଲି ‘ତଥ୍ୟ ସଂଗ୍ରହ ଚାଲିଛି’। ଆଶା କରୁଛି ସପ୍ତାହେ ବା ଦୁଇ ସପ୍ତାହରେ ରାଜ୍ୟବାସୀ ଏ ସମ୍ପର୍କରେ ଜାଣିପାରିବେ ବୋଲି ସୂର୍ୟ୍ୟବଂଶୀ କହିଛନ୍ତି।
ସେ ଆହୁରି କହିଛନ୍ତି, ଯେଉଁଠି ଉପନିର୍ବାଚନ ହେଉଛି, ସେହି ନିର୍ବାଚନମଣ୍ଡଳୀର ଦାୟିତ୍ୱ ନେଉଛନ୍ତି ବୋଲି ଘୋଷଣା କରୁଛନ୍ତି। ସେହି ଟ୍ରେଣ୍ଡକୁ ଦେଖିଲେ ମୁଖ୍ୟମନ୍ତ୍ରୀ ପଦ୍ମପୁରକୁ ଆସିଲେ ନିର୍ବାଚନ ମଣ୍ଡଳୀର ଦାୟିତ୍ୱ ନେବେ ବୋଲି ନିଶ୍ଚିତ ଘୋଷଣା କରିବେ ବୋଲି ସେ କହିଛନ୍ତି।




admin 