ମୁଁହକୁ ଚମକାଇବ ଭାତ ଫେସ ପ୍ୟାକ

ମୁଁହକୁ ଚମକାଇବ ଭାତ ଫେସ ପ୍ୟାକ

ମୁଁହକୁ ଚମକାଇବ ଭାତ ଫେସ ପ୍ୟାକ

ଭୁବନେଶ୍ୱର: ଚମକଦାର ଏବଂ ସୁନ୍ଦର ଦେଖାଯିବା ପାଇଁ ସମସ୍ତେ ଚାହାନ୍ତି। ଏଥିପାଇଁ ଘରୋଇ ଉପଚାର ଠୁ ଆରମ୍ଭ କରି ମହଙ୍ଗା କ୍ରିମ୍‌ ପର୍ଯ୍ୟନ୍ତ ସବୁକିଛି ବ୍ୟବହାର କରିଥାନ୍ତି । 

ବୟସର ଛାପ ଯେପରି ଖୁବ୍‌ ଶୀଘ୍ର ଚେହେରାରେ ନ ପଡିବ ସେ ସମ୍ପର୍କରେ ଜାଣନ୍ତୁ କିଛି ଟିପ୍ସ।

ପ୍ରତ୍ୟେକ ଦିନ ମଧ୍ୟାହ୍ନ ଭୋଜନରେ ଆମେ ଭାତ ନିହାତି ଖାଇଥାଉ। କିନ୍ତୁ ଆପଣ କେବେ ଭାବି ନ ଥିବେ ଏହାକୁ ବ୍ୟବହାର କରି ଆପଣ ସୁନ୍ଦର ତ୍ୱଚା ପାଇପାରିବେ। ଏଥିରେ ଥିବା ଆଣ୍ଟି ଅକ୍ସିଡେଣ୍ଟ ଗୁଣ ଆପଣଙ୍କ ତ୍ୱଚାରେ ଭାଙ୍ଗ ପଡିବା ସମସ୍ୟା ଦୂର କରିବା ସହ ଚମକ ଆଣିବାରେ ସାହାଯ୍ୟ କରିଥାଏ। ଏଥିରେ ଭିଟାମିନ୍‌ ଇ, ବି ପ୍ରଚୁର ମାତ୍ରାରେ ମହଜୁଦ ଥାଏ।

ଚାଉଳ ଧୁଆ ପାଣିରେ ଫେସ୍‌ ମାସ୍କ...ଚାଉଳ ଧୁଆ ପାଣିର ଫେସ୍‌ ମାସ୍କ ବ୍ୟବହାର ଦ୍ୱାରା ତ୍ୱଚା ସମ୍ବନ୍ଧୀୟ ବହୁ ସମସ୍ୟା ଦୂର ହୋଇଥାଏ। ଏହି ମାସ୍କ ବ୍ୟବହାର ଦ୍ୱାରା ଆପଣଙ୍କ ସ୍କିନ୍‌ ଟାଇଟ୍‌ ରହିବ। ଏଥିଲାଗି ଆପଣ ଏକ ଗ୍ଲାସ ଚାଉଳ ଧୁଆ ପାଣି ନିଅନ୍ତୁ। ସେଥିରେ ଏକ ପେପର ଟାୱଲକୁ ୧୦ ମିନିଟ୍‌ ପର୍ଯ୍ୟନ୍ତ ଭିଜାଇ ଦିଅନ୍ତୁ। ଏବେ ଏହି ଟାୱଲକୁ ବାହାର କରି ମୁହଁରେ ୧୫ରୁ ୨୦ ମିନିଟ୍‌ ପର୍ଯ୍ୟନ୍ତ ରଖନ୍ତୁ। ଏହାପରେ ଏହାକୁ ହଟାଇ ମୁହଁକୁ ନର୍ମାଲ ପାଣିରେ ଧୋଇ ଦିଅନ୍ତୁ।

ଫେସପ୍ୟାକ୍‌ ପ୍ରସ୍ତୁତି...ଚାଉଳ ଫେସ୍‌ ପ୍ୟାକ୍‌ ପ୍ରସ୍ତୁତ କରିବା ଲାଗି ଆପଣଙ୍କୁ ଏକ ଚାମଚ କ୍ଷୀର, ୪ ଚାମଚ ଭାତ ଓ ଏକ ଚାମଚ ମହୁ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ।

କେମିତି ବ୍ୟବହାର କରିବେ ଫେସ୍‌ପ୍ୟାକ...ମୁହଁକୁ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ। ପ୍ରଥମେ ଭାତରେ କ୍ଷୀର ଓ ମହୁ ଭଲ ଭାବେ ମିଶାଇ ଦିଅନ୍ତୁ। ଏହି ଫେସ୍‌ପ୍ୟାକ୍‌କୁ ମୁହଁରେ  ଲଗାନ୍ତୁ। ଶୁଖିବା ପାଇଁ କିଛି ସମୟ ଛାଡି ଦିଅନ୍ତୁ। ଶୁଖିବା ପରେ ଚାଉଳ ଧୁଆ ପାଣିରେ ମୁହଁ ଧୋଇ ଦିଅନ୍ତୁ। ଏହି ପ୍ୟାକ୍‌ ମୁହଁରେ ସପ୍ତାହକୁ ଥରେ ନିଶ୍ଚୟ ଲଗାନ୍ତୁ। ଏହା ଦ୍ୱାରା ତ୍ୱଚାରୁ ଦାଗ ଦୂର ହୋଇଏ।