ମା’ ଗାଳିକଲା ବୋଲି ରଶିରେ ଝୁଲିଗଲା ପୁଅ

ମା’ ଗାଳିକଲା ବୋଲି ରଶିରେ ଝୁଲିଗଲା ପୁଅ

ମା’ ଗାଳିକଲା ବୋଲି ରଶିରେ ଝୁଲିଗଲା ପୁଅ

ଭୁବନେଶ୍ୱର : ସାମାନ୍ୟ ଗାଳିମନ୍ଦକୁ ନେଇ ଜଣେ ନାବାଳକ ଆତ୍ମହତ୍ୟା କରିଛନ୍ତି  । କୌଣସି କାରଣରୁ ମା’ ତାଙ୍କୁ ଗତରାତିରେ ଗାଳିଗୁଲଜ କରିଥିଲେ  । ତେବେ ଏଥିରେ ବ୍ୟଥିତ ହୋଇ ନାବାଳକ ଜଣଙ୍କ ନଦୀପଠାରେ ଥିବା ଏକ ପଣସ ଗଛରେ ରଶି ଦେଇ ଆତ୍ମହତ୍ୟା କରିଦେଇଥିଲା  ।

ମିଳିଥିବା ସୂଚନା ଅନୁଯାୟୀ, ନାବାଳକ ଜଣଙ୍କ ବୟସ ୧୫ ବର୍ଷ  । ବାପା ବୋଉଙ୍କ ମଧ୍ୟରେ ସମ୍ପର୍କ ଭଲ ନଥିବାରୁ ମା’ ପୁଅ ମାମୁଁ ଘରେ ରହୁଥିଲେ  । ମାମୁଁଙ୍କ ସେଲୁନରେ ବି ପୁଅ କାମ କରି ବେଶ ଦିପଇସା ରୋଜଗାର କରିପାରୁଥିଲା  ।

କିନ୍ତୁ ଗତକାଲି ପିଲାଟି ବାହାରେ ଦୁଷ୍ଟାମୀ କରିଥିବାରୁ ତାଙ୍କ ମାଆ ବିରକ୍ତ ହୋଇଥିଲେ  । ଆକଟ କରିବାକୁ ଯାଇ ଅନେକ କଥା କହିଥିଲେ  । ଯାହାକୁ ସହଜରେ ଗ୍ରହଣ କରିପାରିନଥିଲା ନାବାଳକ  । ମାଆଙ୍କ କଥାକୁ ବେଶ ଗୁରୁତର ସହ ଗ୍ରହଣ କରି ମ୍ରିୟମାଣ ହୋଇଯାଇଥିଲା  । ତେଣୁ ସେ ରାଗରେ ନଦୀ ପଠାକୁ ପଳାଇଥିଲା  । ସେଠାରେ ଏକ ପଣସ ଗଛରେ ଏକ ମାଛଧରା ଜାଲରେ ଫାଶୀ ଲଗାଇ ଦେଇଥିଲା  । ଏହି ଘଟଣା ଏବେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳାଇ ଦେଇଥିବାବେଳେ ପିଲାର ପରିବାରବର୍ଗର ଆଖିରୁ ଲୁହ ଶୁଖୁନାହିଁ  ।