ମା’ଙ୍କ ଅନ୍ତିମ ସଂସ୍କାରରେ ମୁଖାଗ୍ନି ଦେଲା ଝିଅ

ମା’ଙ୍କ ଅନ୍ତିମ ସଂସ୍କାରରେ ମୁଖାଗ୍ନି ଦେଲା ଝିଅ

ମା’ଙ୍କ ଅନ୍ତିମ ସଂସ୍କାରରେ ମୁଖାଗ୍ନି ଦେଲା ଝିଅ

ବୌଦ୍ଧ: ମ’ର ଅନ୍ତିମ ସଂସ୍କାରେ ମୁଖାଗ୍ନି ଦେଇଛନ୍ତି ଝିଅ। ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍ ଗୁଡଭେଲି ପଦର ଗ୍ରାମରେ ଦେଖିବାକୁ ମିଳିଛି। ଏହି ଅନନ୍ୟ ଦୃଶ୍ୟ।  ମା’ ମୁକ୍ତା ସାହୁଙ୍କ ଆଜି ମୃତ୍ୟୁ ହୋଇଯିବା ପରେ ତାଙ୍କର ଝିଅ ସୀମା ସାହୁ ଗାଆଁ ଶ୍ମଶାନକୁ ଯାଇ ମା’ଙ୍କୁ ମୁଖାଗ୍ନି ଦେଇଥିଲେ। 

କେବଳ ପୁଅ ମାନେ ହିଁ ବାପା-ମା’ ଶୁଦ୍ଧି ସଂସ୍କାରର ଅଧିକାରୀ ବୋଲି ଆମ ସମାଜରେ ଥିବା ନିୟମକୁ ନ ମାନି ମା’ର ଚିତାରେ ଜୁଇ ସଂଯୋଗ କରି ବାସ୍ତବରେ ସୀମା ଉଦାହରଣ ସୃଷ୍ଟି କରିଛନ୍ତି ବୋଲି ମତପ୍ରକାଶ ପାଇଛି। ପିଲାଟି ଦିନରୁ ବାପାଙ୍କୁ ହରାଇ ମା’ ସହ ଗୁଦଭେଲିପଦର ଗାଆଁରେ ରହୁଥିଲେ ସୀମା।

ମା’ ମୁକ୍ତା ସାହୁ ଗାଆଁ ସ୍କୁଲରେ ରୋଷେଇ କରି ଉଭୟଙ୍କ ପାଇଁ ଖାଦ୍ୟ ଯୋଗାଡ଼ କରୁଥିଲେ। ବର୍ତ୍ତମାନ ମୁକ୍ତାଙ୍କ ମୃତ୍ୟୁ ପରେ ସୀମା ଏକୁଟିଆ ହୋଇ ପଡ଼ିଛନ୍ତି। ମା’ଙ୍କ ମୃତ୍ୟୁ ପରେ ସୀମା ଗାଁ ଓ ଜାତି ଲୋକଙ୍କ ସହାୟତାରେ ଶେଷ କୃତ୍ୟ ସମ୍ପନ୍ନ କରିଛନ୍ତି।

ସାମାଜିକ ନୀତି ନିୟମ ଅନୁସାରେ ତାଙ୍କୁ ଶୁଦ୍ଧିକ୍ରିୟା କରିବାକୁ ପଡିବ। ସେଥିପାଇଁ ଅର୍ଥ ଯୋଗାଡ଼ କରିବା ତାଙ୍କ ପାଇଁ କଷ୍ଟକର ହୋଇ ପଡ଼ିଛି। ଅସହାୟ ଓ ଏକାକିନୀ ଥିବା ପିତୃ ମାତୃହରା ସୀମାକୁ ସହାୟତାର ହାତ ବଢାଇବାକୁ ଜିଲ୍ଲାପାଳଙ୍କୁ ଗ୍ରାମବାସୀ ଅନୁରୋଧ କରିଛନ୍ତି।