ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଆଜି ଏହି ଦୁଇଟି ଟ୍ରେନ୍‌ ବାତିଲ

ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଆଜି ଏହି ଦୁଇଟି ଟ୍ରେନ୍‌ ବାତିଲ

ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଆଜି ଏହି ଦୁଇଟି ଟ୍ରେନ୍‌ ବାତିଲ

ସମ୍ବଲପୁର:ସମ୍ବଲପୁର-ଝାରସୁଗୁଡ଼ା ରେଳ ଲାଇନର ସରଲା ୟାର୍ଡଠାରେ ଏକ ମାଲବାହୀ ଟ୍ରେନର ୪ଟି ବଗି ଲାଇନଚ୍ୟୁତ ହୋଇଛି। ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି। ତେବେ ଏହି ଦୁର୍ଘଟଣାରେ କିଛି କ୍ଷୟକ୍ଷତି ହୋଇ ନଥିବା ଜଣାପଡ଼ିଛି। ସମସ୍ତ ସୁରକ୍ଷିତ ଅଛନ୍ତି।ଏକ ସିମେଣ୍ଟ ବୋଝେଇ ମାଲଗାଡ଼ି ଝାରସୁଗୁଡ଼ା ପଟୁ ସମ୍ବଲପୁର ସିଟି ଷ୍ଟେସନ ରାସ୍ତାରେ ଯାଉଥିବା ବେଳେ ସରଲା ୟାର୍ଡ ନିକଟରେ କୌଣସି କାରଣରୁ ଲାଇନଚ୍ୟୁତ ହୋଇଥିଲା। ୪ଟି  ବଗି ବାହାରକୁ ବାହାରି ଯାଇଥିଲା।
ଲାଇନଚ୍ୟୁତ ହେବାରୁ ସେହି ରୁଟ୍ ଦେଇ ଚଳାଚଳ କରୁଥିବା କିଛି ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି। କେତେକ ଟ୍ରେନକୁ ବାତିଲ କରି ଦିଆଯାଇଥିବା ବେଳେ ଅନ୍ୟ କିଛି ଟ୍ରେନର ଗତିପଥ ପରିବର୍ତ୍ତନ କରାଯାଇଛି।

ଆଜି ପାଇଁ ୨ଟି ଟ୍ରେନକୁ ବାତିଲ କରାଯାଇଛି। ସେହି ୨ଟି ଟ୍ରେନ ହେଲା ଝାରସୁଗୁଡ଼ା-ସମ୍ବଲପୁର ପାସେଞ୍ଜର ଓ ରାଉରକେଲା-ଭୁବନେଶ୍ୱର ଏକ୍ସପ୍ରେସ। ସେହିପରି ଆଜି ପୁରୀ-ଇନ୍ଦୋର ଏକ୍ସପ୍ରେସ ଭାୟା ସମ୍ବଲପୁର ଦେଇ ଯାତ୍ରା କରିବ। ରାଉରକେଲା ଗୁଣପୁର ଏକ୍ସପ୍ରେସ ଧାନବାଦ-ଭୁବନେଶ୍ୱର ଏକ୍ସପ୍ରେସକୁ ସମ୍ବଲପୁର ଷ୍ଟେସନ ଦେଇ ଛଡାଯାଇଛି। ଟ୍ରାକରେ ମରାମତି କାମ ଚାଲିଛି। ଦୁର୍ଘଟଣାର କାରଣ ଜଣା ପଡ଼ିନାହିଁ।