ମାଲବାହୀ ଟ୍ରେନ ଲାଇନଚ୍ୟୁତ

ମାଲବାହୀ ଟ୍ରେନ ଲାଇନଚ୍ୟୁତ

ମାଲବାହୀ ଟ୍ରେନ ଲାଇନଚ୍ୟୁତ


କୋରାପୁଟ: ମାଲବାହୀ ଟ୍ରେନ ଲାଇନଚ୍ୟୁତ। ଗୁରୁବାର ସକାଳେ କୋରାପୁଟ ଶିବଲିଙ୍ଗପୁରମ୍ ଠାରେ ଏକ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇଛି। ଟ୍ରେନର ୧୧ ଟି ବଗି ଟ୍ରାକ୍‌ରୁ ବାହାରି ଯାଇଛି। ଫଳରେ ଏହି ଟ୍ରାକ୍ ଦେଇ ସମସ୍ତ ଟ୍ରେନ୍ ବାତିଲ କରାଯାଇଛି।

ସୂଚନାନୁଯାୟୀ, କୋତାବାଲସାରୁ ଆରକୁ ଯାଉଥିବା ବେଳେ ଏକ ମାଲବାହୀ ଟ୍ରେନ ଶିବଲିଙ୍ଗପୁରମ୍ ଠାରେ ଲାଇନଚ୍ୟୁତ ହୋଇଛି। ଫଳରେ ବିଶାଖାପାଟଣା-କିରାଣ୍ଡୁଲ୍ ଟ୍ରେନ୍ ବାତିଲ ହୋଇଯାଇଛି। ଯାତ୍ରୀମାନେ ବହୁ ହନ୍ତସନ୍ତ ହୋଇଛନ୍ତି। ଘଟଣା ସ୍ଥଳରେ ଆରପିଏଫ୍ ଓ ଉଦ୍ଧାରକାରୀ ଦଳ ପହଞ୍ଚିଛନ୍ତି। ଯୁଦ୍ଧକାଳୀନ ଭିତ୍ତିରେ ପୁନରୁଦ୍ଧାର କାର୍ୟ୍ୟ ଚାଲିଛି।