ମାନସିକ ଚାପକୁ କମ୍ କରେ ‘ବ୍ରେକଫାଷ୍ଟ୍’
ମାନସିକ ଚାପକୁ କମ୍ କରେ ‘ବ୍ରେକଫାଷ୍ଟ୍’
admin
Mar 4, 2020 - 13:25
Updated: Mar 4, 2020 - 13:25
ସୁନ୍ଦରୀ କରୀନା କପୁର ଖାନଙ୍କ ଖାଦ୍ୟ ବିଶେଷଜ୍ଞ ଭାବେ ରୁଜୁତା ଦିୱେକରଙ୍କ ଲୋକପ୍ରିୟତା ଏବେ ଶୀର୍ଷରେ ଅଛି । ସୋସିଆଲ ସାଇଟ ଜରିଆରେ ସେ ସମସ୍ତ ବର୍ଗର ଲୋକଙ୍କୁ ବରାବର ପରାମର୍ଶ ଦେଉଥାନ୍ତି । ନିକଟରେ ସେ ସକାଳ ଜଳଖିଆର ଆବଶ୍ୟକତା ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଇଛନ୍ତି ।
ସକାଳବେଳାର ପ୍ରଥମ ଭୋଜନକୁ ରାଜାଙ୍କ ପରି କରିବା ଉଚିତ । କାରଣ ପୁରାଦିନ ଏହି ଖାଦ୍ୟ ହିଁ ଆମ ଶରୀରକୁ ଶକ୍ତି ଯୋଗାଇଥାଏ । ଭିଟାମିନ୍ସ ଓ ମିନେରାଲ୍ସ ଭରପୁର ଜଳଖିଆ ସମସ୍ତ ବର୍ଗର ଲୋକ କରିବା ଜରୁରୀ ।
ପରଟା, ଉପମା, ଚୂଡ଼ା ସନ୍ତୁଳା, ଇଡଲି, ଦୋସା ଇତ୍ୟାଦି ଜଳଖିଆ ଭାବେ ଖାଇପାରିବେ । ଖାଲିପେଟରେ ଚା ଓ କଫି କିମ୍ବା ଫଳରସ ପିଅନ୍ତୁ ନାହିଁ । ଏହା କାରଣରୁ ଅମ୍ଳ ହେବାର ଭୟ ଥାଏ । ପେଟପୁରା ଜଳଖିଆ ଖାଇବା ପରେ ଆପଣ ଏହି ପାନୀୟ ପିଇପାରିବେ ।
ସକାଳ ଜଳଖିଆ କଲେ ଦିନମାନ ମୁଣ୍ଡବିନ୍ଧା ସମସ୍ୟା ମଧ୍ୟ ହୁଏନାହିଁ । ଯେଉଁଦିନ ଜଳଖିଆରେ ବିଳମ୍ବ କିମ୍ବା କୌଣସି କାରଣରୁ ଆମେ କରିପାରିନଥାଉ, ସେଇଦିନ ହିଁ ବିଭିନ୍ନ ପ୍ରକାର ଶାରୀରିକ ଅସୁସ୍ଥତା ଅନୁଭବ ହେଉଥିବାର ଅନେକ ସର୍ବେକ୍ଷଣରେ ପ୍ରକାଶ କରିଛନ୍ତି ।
ଜଳଖିଆ, ପେଟପୁରା କଲେ ଆମ ସ୍ମୃତି ଶକ୍ତି ବୃଦ୍ଧି ହୁଏ । ଓଜନକୁ ନିୟନ୍ତ୍ରଣରେ ରଖିବାକୁ ଚାହୁଁଥିଲେ, ଏଇ ଅଭ୍ୟାସ ପାଳନ କରିବା ଉଚିତ ବୋଲି କୁହାଯାଇଛି ।
କରୀନା ଦୈନିକ ସକାଳ ଜଳଖିଆରେ ଘିଅ ପରଟା ଖାଇଥାନ୍ତି । ଏହା ସତ୍ତ୍ୱେ ସେ ନିଜକୁ ଫିଟ ରଖିଛନ୍ତି । କାରଣ ଯୋଗ, ପ୍ରାଣାୟାମର ଅଭ୍ୟାସ ମଧ୍ୟ ସେ ନିୟମିତ କରିବାରେ ଆଦୌ ହେଲା କରନ୍ତି ନାହିଁ ।