ମାଟିର ପ୍ରଲପ ନେଉଛନ୍ତି ବାଚସ୍ପତି, ଜାଣନ୍ତୁ କାରଣ

ମାଟିର ପ୍ରଲପ ନେଉଛନ୍ତି ବାଚସ୍ପତି, ଜାଣନ୍ତୁ କାରଣ

ମାଟିର ପ୍ରଲପ ନେଉଛନ୍ତି ବାଚସ୍ପତି, ଜାଣନ୍ତୁ କାରଣ

ଭୁବନେଶ୍ୱର : ମାଟିର ପ୍ରଲେପ ଶରୀରରୁ ବିଷ ବାହାର କରିପାରିବ । ଶରୀର ସୁସ୍ଥ ରହିବ।  ଏମିତି କିଛି ଫିଟ୍ନେସ୍ ମନ୍ତ୍ର ବିଷୟରେ କହିଛନ୍ତି ବାଚସ୍ପତି ଡ. ସୂର୍ୟ୍ୟନାରାୟଣ ପାତ୍ର । ଯୁନିଟ୍-୭, ସୂର୍ୟ୍ୟନଗରରେ ଥିବା ଦୁର୍ଗାମଣ୍ଡପରେ ଭାରତ ସରକାରଙ୍କ ଦ୍ୱାରା ପଞ୍ଜିକୃତ ହୋଇଥିବା ପ୍ରାକୃତିକ ଚିକିତ୍ସା ଓ ପ୍ରଶିକ୍ଷଣ କେନ୍ଦ୍ରରେ ଏମିତି ଚିକିତ୍ସା ଚାଲିଛି । ଡାକ୍ତର ଗୁରୁଚରଣ ଜେନା ମାଟି ଦ୍ୱାରା ଅନେକ ରୋଗ ଭଲ କରୁଛନ୍ତି ।

ମଙ୍ଗଳବାର ବାଚସ୍ପତି ଡ. ପାତ୍ର ଏହି ଚିକିତ୍ସା କେନ୍ଦ୍ରରେ ମାଟିର ଲେପ ନେଇଥିଲେ । ସେ କହିଛନ୍ତି, ମାଟିରେ ଯେଉଁ ଶକ୍ତି ଅଛି ତାହା କେଉଁଥିରେ ନାହିଁ । ନିଜକୁ ଫିଟ୍ ରଖିବା ଲାଗି ସେ ପ୍ରତିଦିନ ସକାଳୁ ମାଟିର ଲେପ ଦେଇ, ସୂର୍ୟ୍ୟ କିରଣରେ ବସୁଛନ୍ତି । ମାଟି ଶୁଖିବା ପରେ ଦେହକୁ ଘସି ଭଲ ଭାବେ ଗାଧୋଉଛନ୍ତି । ତାଙ୍କ କହିବାନୁସାରେ ଏ ମାଟି କେଉଁ ସାଧାରଣ ମାଟି କି ରାସ୍ତା କଡ଼ର ମାଟି ନୁହେଁ । କେଉଁ ଜଙ୍ଗଲ ଭିତରୁ ୪ଫୁଟ ତଳୁ ସଂଗ୍ରହ କରାଯାଇଥିବା ମାଟି । ନହେଲେ ଉଈ ହୁଙ୍କାର ମାଟି କିମ୍ବା ପୋଖରୀର ପଙ୍କୁଆ ମାଟି । କାରଣ ଏ ମାଟି ଦେହରେ ଥିବା ବିଷ ଟାଣିବ । ଏଭଳି ପ୍ରାକୃତିକ ଉପାୟରେ ଚିକିତ୍ସା ହେଲେ ବହୁ ରୋଗରୁ ମୁକ୍ତି ମିଳିପାରିବ ବୋଲି ତାଙ୍କର ବିଶ୍ୱାସ ।