ମାଗଣା ଟିକା ଦାବି ପ୍ରସଙ୍ଗରେ ବିଜେଡି ବିଧାୟକ ଦେବୀ ମିଶ୍ର ଏଭଳି କହିଲେ, ଜାଣନ୍ତୁ କଣ କହିଲେ

ମାଗଣା ଟିକା ଦାବି ପ୍ରସଙ୍ଗରେ ବିଜେଡି ବିଧାୟକ ଦେବୀ ମିଶ୍ର ଏଭଳି କହିଲେ, ଜାଣନ୍ତୁ କଣ କହିଲେ

ମାଗଣା ଟିକା ଦାବି ପ୍ରସଙ୍ଗରେ ବିଜେଡି ବିଧାୟକ ଦେବୀ ମିଶ୍ର ଏଭଳି କହିଲେ, ଜାଣନ୍ତୁ କଣ କହିଲେ
ଭୁବନେଶ୍ୱର: ଟିକା ମାଗଣା ଦିଆ ହେବ ନା ନାହିଁ ତାହା ସଠିକସ୍ତରରେ ନିଷ୍ପତ୍ତି ହେବ । ତେବେ ମୋର ବ୍ୟକ୍ତିଗତ ମତ ସରକାର ରିହାତି ଦରରେ ଟିକା ଦେଇପାରନ୍ତି । ମାଗଣା ଟିକା ଦାବି ପ୍ରସଙ୍ଗରେ ବିଜେଡି ବିଧାୟକ ଦେବୀ ମିଶ୍ର ଏଭଳି କହିଛନ୍ତି । ଏହାଛଡ଼ା ସେ କହିଛନ୍ତି ଯେ, ଟିକାର ଅଭାବ ନାହିଁ । ଟିକା ଉପôାଦନକାରୀଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଥା ହେବା ଦରକାର । ତୃତୀୟ ଭାରିଆଣ୍ଟ ନୂଆ ଚ୍ୟାଲେଞ୍ଜ । ଟିକା କାମ କରୁଛି ନା ନାହିଁ ଅନୁସନ୍ଧାନ ହେଉ ବୋଲି ବିଜେଡି ବିଧାୟକ ଦେବୀ ମିଶ୍ର କହିଛନ୍ତି । ପ୍ରକାଶ ଯେ, ରାଜ୍ୟ ସରକାର ମାଗଣା ଟିକା ଘୋଷଣା କରନ୍ତୁ ବୋଲି ରାଜ୍ୟ ବିଜେପି ପକ୍ଷରୁ ଦାବି ହୋଇଥିଲା । ମାଗଣା ଟିକା ପ୍ରସଙ୍ଗରେ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଥିଲେ ଯେ, ୧୮ରୁ ୪୫ ବର୍ଷ ବ୍ୟକ୍ତି ବିଶେଷଙ୍କୁ ମାଗଣା ଟିକାକରଣ କରାଯାଉ । ଏନେଇ ୨୪ ଘଣ୍ଟା ମଧ୍ୟରେ ସରକାର ଟିକା ମାଗଣା ଘୋଷଣା କରନ୍ତୁ । ଅନ୍ୟ କିଛି ରାଜ୍ୟ ମାଗଣା ଟିକା ବଣ୍ଟନ ଘୋଷଣା କରିସାରିଛନ୍ତି । ଖୋଲା ବଜାରରେ ଟିକା ମିଳିଲେ ଟିକା ତ୍ୱରାନ୍ୱିତ କରିବାକୁ ସରକାର କହିଥିଲେ । କେନ୍ଦ୍ର ସରକାର ତୁରନ୍ତ ଏନେଇ ନିଷ୍ପତ୍ତି ନେଲେ । ଏବେ ରାଜ୍ୟ ସରକାର ଶୀଘ୍ର ଜଣାନ୍ତୁ । ଟିକାକରଣ କରାଯିବା ନେଇ ରାଜ୍ୟ ସରକାର ଭିତ୍ତି ଭୂମି ସଜାଡ଼ନ୍ତୁ ବୋଲି ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଥିଲେ । ଅନ୍ୟପକ୍ଷରେ ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ଟିକାକରଣ ସମ୍ପକର୍କରେ ପରିବାର କଲ୍ୟାଣ ନିଦେ୍ର୍ଧଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇ କହିଥିଲେ ଯେ ତୃତୀୟ ପର୍ଯ୍ୟାୟ ଟିକାକରଣ ପାଇଁ ଓଡ଼ିଶା ସମ୍ପୂର୍ଣ୍ଣ ପ୍ରସ୍ତୁତ । ଓଡ଼ିଶାରେ ୪୨% ୧୮ରୁ ୪୫ ବର୍ଷ ବୟସ୍କ ଲୋକ ଅଛନ୍ତି । ଟିକାକରଣ ପାଇଁ ଅଧିକ ସେସନ ସାଇଟ କରାଯିବ । ନୂଆ ଏସଓପି ଆସିବ । ଅନଲାଇନ ଓ ସ୍ପଷ୍ଟ ପଞ୍ଜିକରଣ କରାଯିବା ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେବେ । ରାଜ୍ୟରେ ଗତକାଲି ୧ ଲକ୍ଷ ୨ ହଜାର ୪୦୭ ଟିକା ଦିଆଯାଇଛି । ଆଜି ୭୫୦ଟି କେନ୍ଦ୍ରରେ ଟିକାକରଣ ଚାଲିଥିବା ପରିବାର କଲ୍ୟାଣ ନିଦେ୍ର୍ଧଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଥିଲେ ।