ମହୁମାଛି ଆକ୍ରମଣରେ ୪୦ ଆହତ

ମହୁମାଛି ଆକ୍ରମଣରେ ୪୦ ଆହତ

ମହୁମାଛି ଆକ୍ରମଣରେ ୪୦ ଆହତ

କଣ୍ଟାବାଞ୍ଜି : ମହୁମାଛି ଆକ୍ରମଣରେ ଆହତ ହୋଇଛନ୍ତି ୪୦ ଜଣ। ଘଟଣା ଘଟିଛି ତୁରେକେଲା ବ୍ଲକ ବଡ଼ବାଙ୍କି ଗାଁରେ ଥିବା ସାପ୍ତାହିକ ବଜାରରେ। ଏଠାରେ ହାଟ ଚାଲିଥିବା ବେଳେ ହଠାତ୍ ମହୁମାଛି ଆକ୍ରମଣ କରିଥିଲେ। ଫଳରେ ୪୦ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨ଜଣ ଅବସ୍ଥା ଗୁରୁତର ରହିଛି । ଗୁରୁତର ଥିବା ଚନ୍ଦ୍ରକାନ୍ତି ପୁଟେଲ ଓ ରିଚେକା ପୁଟେଲଙ୍କୁ କଣ୍ଟାବାଞ୍ଜି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁସାରେ,ସାପ୍ତାହିକ ବଜାର ନିକଟସ୍ଥ ପିପଲଗଛରେ ଥିବା ମହୁଫେଣାରୁ ହଠାତ୍ ମହୁମାଛି ଲୋକଙ୍କୁ ଆକ୍ରମଣ କରିଥିଲେ । ମହୁମାଛି ଆକ୍ରମଣ ଯୋଗୁଁ ଲୋକେ ଭୟରେ ଦୋକାନ ବଜାର ଛାଡି ଏପଟ ସେପଟ ଦୌଡିବା ଆରମ୍ଭ କରିଥିଲେ । ମହୁମାଛି ଘଉଡାଇବା ପାଇଁ ବନବିଭାଗର ରେଞ୍ଜର ଶ୍ରଦ୍ଧାଦେବ ବଡମାଳିଙ୍କୁ ଖବର ଦେଇଥିଲେ ସୁଦ୍ଧା ବନବକର୍ମଚାରୀ ପହଞ୍ଚିନଥିବା ଅଭିଯୋଗ ହୋଇଛି ।


ଏହି ସମୟରେ ସେଠାରେ ଲୋକମାନେ ପହଞ୍ଚି ଜଳଛତ୍ର କେନ୍ଦ୍ରରୁ ପାଣି ପିଇ ଥିଲେ । ପାଣି ପିଇବାର କିଛି ସମୟ ପରେ ଜଣଙ୍କ ପରେ ଜଣେ ଅସୁସ୍ଥ ହେବା ପରେ ଗାଁ ଲୋକ ସେଠାରେ ପହଞ୍ଚି ମାଠିଆ ପାଣି ଯାଞ୍ଚ କରିବା ପରେ ସେଥିରେ ବିଷ ମିଶି ଥିବା ଜାଣିବାକୁ ପାଇଥିଲେ ।