ମହିଳା ବିଶ୍ବକପ୍, ଅଷ୍ଟ୍ରେଲିଆଠାରୁ ହାରିଲା ଭାରତ
ମହିଳା ବିଶ୍ବକପ୍, ଅଷ୍ଟ୍ରେଲିଆଠାରୁ ହାରିଲା ଭାରତ
ଅକଲ୍ୟାଣ୍ଡ: ଦିନିକିଆ ମହିଳା ବିଶ୍ବକପ୍ ଟୁର୍ଣ୍ଣାମେଣ୍ଟ୍ରେ ଅଷ୍ଟ୍ରେଲିଆ ବିପକ୍ଷରେ ପରାଜିତ ହୋଇଛି ଭାରତ। ଭାରତ ଦେଇଥିବା ୨୭୮ ରନ୍ର ଟାର୍ଗେଟକୁ ଅଷ୍ଟ୍ରେଲିଆ ୪ ୱିକେଟ ହରାଇ ୩ ବଲ ପୂର୍ବରୁ ହାସଲ କରି ନେଇଛି।
ଚଳିତ ବିଶ୍ୱକପରେ ଏହା ଅଷ୍ଟ୍ରେଲିଆର ୫ମ ବିଜୟ। ଦଳ ଏଯାଏ ଗୋଟିଏ ହେଲେ ମ୍ୟାଚ୍ ହାରିନାହିଁ। ତେବେ ଭାରତ ଚଳିତ ବଶ୍ୱକପର ୫ଟି ମ୍ୟାଚ୍ରୁ ୨ଟିରେ ଜିତିଛି ଓ ୩ଟିରେ ହାରିଛି। ଗତ ମ୍ୟାଚ୍ରେ ଦଳ ଇଂଲଣ୍ଡ ଠାରୁ ପରାସ୍ତ ହୋଇଥିଲା। ଆଜି ଅଷ୍ଟ୍ରେଲିଆ ମିତାଲି ରାଜଙ୍କ ଟିମ୍ଙ୍କୁ ପରାସ୍ତ କରିଛି। ଅଷ୍ଟ୍ରେଲିଆର ଏହି ବିଜୟରେ ଅଧିନାୟକ ମେଗ ଲାନ୍ନିଂ କର୍ଣ୍ଣଧାର ସାଜିଥିଲେ। ସେ ୧୦୭ ବଲ୍ରେ ୯୭ ରନ୍ର ଇନିଂସ ଖେଳି ଭାରତ ହାତରୁ ମ୍ୟାଚ୍ ଛଡ଼ାଇ ନେଇଛନ୍ତି।




admin 