ମହିଳା କମିଶନରେ ହାଜର ହେଲେ ଅନୁଭବ

ମହିଳା କମିଶନରେ ହାଜର ହେଲେ ଅନୁଭବ

ମହିଳା କମିଶନରେ ହାଜର ହେଲେ ଅନୁଭବ
ଭୁବନେଶ୍ୱର: ଓଲିଉଡ ଦମ୍ପତି ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ଚାଲିଥିବା ବିବାଦ ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଛି । ଏହି ବିବାଦ ପ୍ରସଙ୍ଗରେ ମଙ୍ଗଳବାର ପୁଣି ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ଆଜି ବିଜେଡି ସାଂସଦ ଅନୁଭବ ମହାନ୍ତି ରାଜ୍ୟ ମହିଳା କମିଶନରେ ହାଜର ହୋଇଛନ୍ତି । ପୂର୍ବରୁ ତାଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ମହିଳା କମିଶନ ଅଫିସରେ ପହଞ୍ଚି ସାରିଛନ୍ତି । ପାରିବାରିକ ବିବାଦ ନେଇ ବର୍ଷା ମହିଳା କମିଶନଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଅନୁଭବ ଏବଂ ତାଙ୍କ ବାପା ଓ ମା’ଙ୍କୁ ହାଜର ପାଇଁ ମହିଳା କମିଶନଙ୍କ ପକ୍ଷରୁ ନୋଟିସ ହୋଇଥିଲା । ପ୍ରକାଶ ଯେ, ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ବିବାଦ ଦିନକୁ ଦିନ ଘନେଇବାରେ ଲାଗିଛି । ପରସ୍ପର ଉପରେ ଆରୋପ ପ୍ରତ୍ୟାରୋପକୁ ନେଇ ମାମଲା ସୋସିଆଲ ମିଡିଆରେ ଚର୍ଚ୍ଚାର ଖୋରାକ ଯୋଗାଉଥିବା ବେଳେ ଅଭିଯୋଗ ବାରମ୍ବାର ପୁଲିସ ପାଖରେ ବି ପହଞ୍ଚୁଛି । ଗତ କିଛି ଦିନ ତଳେ ଉୟଭଙ୍କ ମଧ୍ୟରେ ଯୁକ୍ତିତର୍କ ହେଉଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏହା ବିରୋଧରେ ବର୍ଷା ପୁରୀଘାଟ ଥାନାରେ ଲିଖିତ ଅଭିଯୋଗ କରିଥିଲେ ।