ମହିଳାଙ୍କ ଝୁଲନ୍ତା ମୃତଦେହକୁ ଉଦ୍ଧାର

ମହିଳାଙ୍କ ଝୁଲନ୍ତା ମୃତଦେହକୁ ଉଦ୍ଧାର

ମହିଳାଙ୍କ  ଝୁଲନ୍ତା ମୃତଦେହକୁ ଉଦ୍ଧାର
ଆଠଗଡ଼: ଆଠଗଡ଼ ଥାନା ଅନ୍ତର୍ଗତ କନ୍ଦରପୁର ପଞ୍ଚାୟତ କାଜୁ ଜଙ୍ଗଲ ମଧ୍ୟରେ ଏକ ଅଚିହ୍ନା ମହିଳାଙ୍କ ଝୁଲନ୍ତା ମୃତଦେହକୁ ଉଦ୍ଧାର କରିଛି ଆଠଗଡ ପୁଲିସ। ଆଠଗଡ଼ ଥାନା ଅନ୍ତର୍ଗତ କନ୍ଦରପୁରରୁ ନଣ୍ଡାଇଲୋ ଯିବା ରାସ୍ତାର ବାଲିଆପଠା କାଜୁ ଜଙ୍ଗଲ ରାସ୍ତାରେ ସ୍ଥାନୀୟ ଲୋକେ ଯାଉଥିବା ସମୟରେ ଦୁର୍ଗନ୍ଧ ହେବାରୁ ସ୍ଥାନୀୟ ଲୋକ ଯାଇ ଦେଖିବାରୁ ଏକ ମହିଳାଙ୍କ ଗଳିତ ଶବ ଦୁର୍ଗନ୍ଧ ବହୁଥିବା ଜାଣି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ତେବେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ଗଳିତ ଶବକୁ ଜବତକରି ଘଟଣାର ଅନୁଧ୍ୟାନ କରୁଥିବା ବେଳେ ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ମହିଳା ଜଣଙ୍କୁ କେହି ହତ୍ୟାକରି ୩ରୁ ୪ ଦିନ ତଳେ ଏହି କାଜୁ ଜଙ୍ଗଲରେ ଆତ୍ମହତ୍ୟାର ରୂପ ଦେବାପାଇଁ କାଜୁ ଗଛରେ ଟଙ୍ଗାଇଥିବା ପୁଲିସ ସନ୍ଦେହ କରିଛି। ମହିଳାଙ୍କ ପରିଚୟ ମିଳି ପାରିନାହିଁ। ତେବେ ପୁଲିସ ମାମଲା ରୁଜୁକରି ଘଟଣାର ତଦନ୍ତ ଜାରି ରଖିଛି।