ମହାରାଷ୍ଟ୍ର, ଦିଲ୍ଲୀରେ କମୁଛି, ଓଡିଶାରେ ବଢୁଛି

ମହାରାଷ୍ଟ୍ର, ଦିଲ୍ଲୀରେ କମୁଛି, ଓଡିଶାରେ ବଢୁଛି

ମହାରାଷ୍ଟ୍ର, ଦିଲ୍ଲୀରେ କମୁଛି, ଓଡିଶାରେ ବଢୁଛି
ନୂଆଦିଲ୍ଲୀ: ଦେଶର କରୋନା ସ୍ଥିତି ନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଯୁଗ୍ମ ସଚିବ ଅନେକ ସୂଚନା ଦେଇଛନ୍ତି । ଯୁଗ୍ମ ସଚିବ କହିଛନ୍ତି ଯେ, ଓଡିଶା ଭଳି କିଛି ରାଜ୍ୟରେ ଦୈନିକ ସଂକ୍ରମଣ ବଢୁଛି । ଓଡିଶା ସହ କର୍ଣ୍ଣାଟକ, କେରଳ, ତାମିଲନାଡୁ, ପଶ୍ଚିମବଙ୍ଗ, ପଞ୍ଜାବ, ଆସାମ, ଜମ୍ମୁ କାଶ୍ମୀର, ଗୋଆ ପୁଡୁଚେରୀ ରାଜ୍ୟରେ ସଂକ୍ରମଣ ବଢୁଛି । ସେହିପରି ମହାରାଷ୍ଟ୍ର, ଉତର ପ୍ରଦେଶ, ଆନ୍ଧ୍ର ପ୍ରଦେଶ, ଦିଲ୍ଲୀ, ରାଜସ୍ଥାନ, ହରିୟାଣା, ଛତିଶଗଡ, ବିହାର ଓ ଗୁଜରାଟ ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ଧୀରେ ଧୀରେ କମୁଛି । ଦେଶର ୧୬ ରାଜ୍ୟରେ ପଜିଟିଭ ହାର ୧୫ ପ୍ରତିଶତରୁ ଅଧିକ ରହିଛି । କେବଳ ମାତ୍ର ୪ଟି ରାଜ୍ୟରେ ପଜିଟିଭ୍ ହାର ୫%ରୁ କମ୍ ରହିଛି ।