ମସ୍ଜିଦରେ ଭୟଙ୍କର ବିସ୍ଫୋରଣ, ୫୦ରୁ ଅଧିକ ମୃତ
ମସ୍ଜିଦରେ ଭୟଙ୍କର ବିସ୍ଫୋରଣ, ୫୦ରୁ ଅଧିକ ମୃତ
କାବୁଲ: ଆଫଗାନିସ୍ଥାନର କାବୁଲରେ ଥିବା ଏକ ମସଜିଦରେ ହୋଇଛି ଭୟଙ୍କର ବିସ୍ଫୋରଣ ଘଟିଛି। ନମାଜ ପାଠ ବେଳେ ଏହି ବିସ୍ଫୋରଣ ଘଟିଥିବା ବେଳେ ୫୦ରୁ ଅଧିକ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ୨୦ ଜଣ ଆହତ ହୋଇଛନ୍ତି। ଏନେଇ ତାଲିବାନର ଜଣେ ପ୍ରବକ୍ତା ଏହି ସୂଚନା ଦେଇଛନ୍ତି।
ସୂଚନା ମୁତାବକ, ରମାଜନର ଶେଷ ଶୁକ୍ରବାର ଥିବାର ନମାଜ ପାଠ ପାଇଁ ମସଜିଦରେ ଶହ ଶହ ଲୋକେ ଏକାଠି ହୋଇଥିଲେ। ଖଲିଫା ଆଗା ଗୁଲ ଜାନ ମସଜିଦରେ ଖଚାଖଚ ଭିଡ ହୋଇଥିଲା। ହଠାତ ସେହି ସମୟରେ ବିସ୍ଫୋରଣ ଘଟିଥିଲା। ଫଳରେ ଘଟଣାସ୍ଥଳରେ ୫୦ ଜଣ ପ୍ରାଣ ହରାଇଥିଲେ। ସେହିପରି ୨୦ ଜଣ ଗୁରୁତର ହୋଇଥିଲେ। ଆହତଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବା ନେଇ ଆଶଙ୍କା କରାଯାଉଛି।
ଆଫଗାନିସ୍ତାନ ଗୃହମନ୍ତ୍ରାଳୟର ପ୍ରବକ୍ତାଙ୍କ କହିବା ଅନୁସାରେ, ଘଟଣା ପରେ ତାଲିବାନ ସୁରକ୍ଷାକର୍ମୀମାନେ ପୂରା ଅଞ୍ଚଳକୁ ଘେରି ରହିଛନ୍ତି। ତେବେ କେଉଁ କାରଣରୁ ଏହି ବିସ୍ଫୋରଣ ଘଟିଛି ଏବଂ କିଏ ଘଟାଇଛି ସେ ନେଇ କିଛି ସୂଚନା ମିଳିନାହିଁ। ବର୍ତ୍ତମାନ ଯାଏଁ ଏହି ବିସ୍ଫୋରଣକୁ ନେଇ କେହି ମଧ୍ୟ ନିଜକୁ ଦାୟୀ କରିନାହାନ୍ତି।
ଦେଶର ଅଳ୍ପସଂଖ୍ୟକ ସିଆ ମୁସଲମାନଙ୍କୁ ଟାର୍ଗେଟ କରି ଏଭଳି ବିସ୍ଫୋରଣ କରାଯାଥିବା କୁହାଯାଉଛି। ଏହାପୂର୍ବରୁ ଗତ ୨୧ ତାରିଖରେ ଏକ ମସଜିଦରେ ବିସ୍ଫୋରଣ ଘଟିଥିଲା। ଏଥିରେ ୫ ଜଣ ପ୍ରାଣ ହରାଇଥିଲେ, ୬୫ ଜଣ ଆହତ ହୋଇଥିଲେ।




admin 