ମଲ, ଷ୍ଟାଡିୟମକୁ ହସ୍ପିଟାଲ କରୁଛି ରୁଷ

ମଲ, ଷ୍ଟାଡିୟମକୁ ହସ୍ପିଟାଲ କରୁଛି ରୁଷ

ମଲ, ଷ୍ଟାଡିୟମକୁ ହସ୍ପିଟାଲ କରୁଛି ରୁଷ
ମସ୍କୋ: ରୁଷରେ କରୋନା ସଂକ୍ରମଣ ଏବେ ଭୟାବହ ପରିସ୍ଥିତି ସୃଷ୍ଟି କରିଛି । ଦେଶରେ ଏ ପର୍ଯ୍ୟନ୍ତ କରୋନା ଭାଇରସ ଯୋଗୁ ୧,୨୪,୦୫୪ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୧୨୨୨ ଜଣ ପ୍ରାଣ ହରାଇଛନ୍ତି । ଏମିତିକି ରୁଷର ପ୍ରଧାନମନ୍ତ୍ରୀ ମିଖାଇଲ ମିଶ୍କସ୍ତିନ ବି କରୋନା ଦ୍ୱାରା ସଂକ୍ରମିତ ହୋଇଛନ୍ତି । ରୁଷରେ ବି ଆହୁରି ୨ ଲକ୍ଷରୁ ଅଧିକ ଲୋକ କରୋନା ଭାଇରସ ଦ୍ୱାରା ସଂକ୍ରମିତ ହୋଇଥିବାର ସନ୍ଦେହ କରାଯାଉଛି । ସେମାନଙ୍କୁ ଏବେ କ୍ୱାରେଣ୍ଟାଇନରେ ରଖାଯାଇଚି । ଏଭଳି ସ୍ଥିତି ରୁଷର ସ୍ୱାସ୍ଥ୍ୟ ସେବା ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ରୋଗୀଙ୍କ ସଂଖ୍ୟା ବଢ଼ିଯାଇଥିବାରୁ ହସ୍ପିଟାଲ ଗୁଡ଼ିକରେ ବେଡ ମିଳୁନାହିଁ । ସେହିପରି ମୃତଦେହକୁ ରେଖିବାକୁ ବି ଜାଗା ମିଳୁନାହିଁ । ତେଣୁ ରୁଷ ସରକାର ଏବେ ସପିଙ୍ଗ ମଲ ଏବଂ ଷ୍ଟାଡିୟମ ଗୁଡ଼ିକୁ ହସ୍ପିଟାଲରେ ପରିଣତ କରିବାକୁ ସ୍ଥିର କରିଛନ୍ତି । ତା’ଛଡ଼ା ଦେଶର ଅନେକ ଭାଗରେ ଅସ୍ଥାୟୀ ଶବାଗାର ବି ନିର୍ମାଣ କରାଯାଉଛି ।