ମନ୍ଦିରରୁ ଚୋରି କରିଥିଲେ, ସ୍ବପ୍ନରେ ଦେଖିଲେ ନାଗ, ତାପରେ...

ମନ୍ଦିରରୁ ଚୋରି କରିଥିଲେ, ସ୍ବପ୍ନରେ ଦେଖିଲେ ନାଗ, ତାପରେ...

ମନ୍ଦିରରୁ ଚୋରି କରିଥିଲେ, ସ୍ବପ୍ନରେ ଦେଖିଲେ ନାଗ, ତାପରେ...

ଖୋର୍ଦ୍ଧା : ମନ୍ଦିରରୁ ଚୋରି କରିଥିଲେ। ସ୍ବପ୍ନରେ ଆସିଲେ ନାଗ ଦେବତା । ଭୟରେ ମନ୍ଦିରରୁ ଚୋରି କରିଥିବା ଟଙ୍କା ଫେରାଇଲା ଚୋର । ଖୋର୍ଦ୍ଧା ଜଟଣୀ ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ଶନିବାର ରାତିରେ ହରିରାଜପୁର ଗାଁର ଆରାଧ୍ୟ ତଥା ପ୍ରସିଦ୍ଧ ବାବା ପଶ୍ଚିମାଶମ୍ଭୁ ସୋମନାଥ ଦେବଙ୍କ ମନ୍ଦିର ଦାନବାକ୍ସରୁ ଟଙ୍କା ଚୋରି ହୋଇଥିଲା । 

ଏନେଇ ମନ୍ଦିର ପକ୍ଷରୁ ଡେଲାଙ୍ଗ ଥାନାରେ ଅଭିଯୋଗ ହୋଇଥିଲା । ତେବେ ଚୋରର ମା’ ଚୋରି ଟଙ୍କାକୁ ଫେରସ୍ତ ପାଇଁ ମନ୍ଦିର ପରିଚାଳନା କମିଟିର ସଭ୍ୟମାନଙ୍କୁ ଅନୁରୋଧ କରିଥିଲେ । ଥାନାକୁ ଆସିବା ପରେ ପୂରା ଘଟଣା କହିଥିଲା ଚୋର । ଚୋରି ପରେ ନାଗ ଦେବତା ସ୍ବପ୍ନରେ ଆସୁଥିବା କହିଛି ଚୋର ।