ଫେସ୍ବୁକ୍ ଏବେ ‘ମେଟା’
ଫେସ୍ବୁକ୍ ଏବେ ‘ମେଟା’
ନୂଆଦିଲ୍ଲୀ : ବଦଳି ଯାଇଛି ଲୋକପ୍ରିୟ ସାମାଜିକ ଗଣମାଧ୍ୟମ ଆପ୍ ଫେସ୍ବୁକ୍। ଫେସ୍ବୁକ୍ ଏବେ ପରିଚିତ ହେବ ‘ମେଟା’ ନାଁରେ। ଏଥିରେ ଲୋକମାନଙ୍କ ପାଇଁ ଅତ୍ୟାଧୁନିକ ସୁବିଧା ରହିଥିବା କମ୍ପାନି ପକ୍ଷରୁ ଦାବି କରାଯାଇଛି। ଥ୍ରିଡି ମାଧ୍ୟମରେ ଲୋକମାନେ ପରସ୍ପର ସହିତ ଜୋଡ଼ି ହୋଇପାରିବ। କମ୍ପାନିର ସିଇଓ ମାର୍କ ଜୁକେରବର୍ଗ ଏ ନେଇ ତାଙ୍କର ଦୃଷ୍ଟିକୋଣ ସାଧାରଣରେ ସେୟାର୍ କରିଛନ୍ତି। ଲୋକମାନେ ଏହାକୁ ବ୍ୟବହାର କରିବା ଦ୍ବାରା ନୂତନ ଅନୁଭୂତି ଲାଭ କରିପାରିବେ ବୋଲି ସେ କହିଛନ୍ତି। ଏ ବାବଦରେ ଅଧିକ କାମ ଚାଲିଛି। ଲୋକମାନେ ଖୁବ୍ଶୀଘ୍ର ଏହାର ସୁଫଳ ପାଇପାରିବେ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି। ‘ମେଟା’ ମେଟାଭର୍ସ ନାମରେ ପରିଚିତ ହେବାକୁ ଯାଉଥିବା ଏହି ନୂଆ ବ୍ୟବସ୍ଥ ଖୁବ୍ଶୀଘ୍ର ସୁଖଦ ଅନୁଭୂତି ଦେବ ବୋଲି ଜିକେରବର୍ଗ କହିଛନ୍ତି।




admin 