ଭୁବନେଶ୍ୱର ର ମେୟର ପାଇଁ କଂଗ୍ରେସ ର ନୂଆ ମୁହଁ କିଏ ଜଣାନ୍ତୁ
ଭୁବନେଶ୍ୱର ର ମେୟର ପାଇଁ କଂଗ୍ରେସ ର ନୂଆ ମୁହଁ କିଏ ଜଣାନ୍ତୁ
ଅନ୍ୟ ସମସ୍ତ ଦଳକୁ ପଛରେ ପକାଇ ଭାରତୀୟ ଜାତୀୟ କଂଗ୍ରେସ ଦଳର ଭୂବନେଶ୍ବର ମହାନଗର ନିଗମର ପ୍ରଥମ ମହିଳା ମେୟର ପ୍ରାର୍ଥୀନୀ ନାମ ଚର୍ଚ୍ଚାକୁ ଆସିଛି ।
ସୂତ୍ର ଆଧାରରେ କଂଗ୍ରେସ ଦଳର ମେୟର ପ୍ରାର୍ଥୀନୀ ପାଇଁ ୩ ଜଣଙ୍କ ନାମ ଶୁଣିବାକୁ ମିଳୁଛି ।
ରଶ୍ମି ମହାପାତ୍ର,ସୁଭଦ୍ରା ମିଶ୍ର, ମଧୁସ୍ମିତା ଆଚାର୍ଯ୍ଯ ।
ପ୍ରଥମେ ଗଣମାଧ୍ୟମରେ ରଶ୍ମି ଙ୍କ ନାମ ଚର୍ଚ୍ଚାକୁ ଆସିଥିଲା। କିନ୍ତୁ ଗତ ସାଧାରଣ ନିର୍ବାଚନରେ ଏକାମ୍ର ପ୍ରାର୍ଥୀନୀ ହୋଇ ଅମାନତ ହରାଇଥିବାରୁ ଦଳ ତାଙ୍କୁ ମେୟର ପାଇଁ ଉପଯୁକ୍ତ ମଣୁନାହିଁ। ସେଥିପାଇଁ ଦଳରେ ସେ ଏକ ପ୍ରକାର କୋଣଠେସା ହୋଇସାରିଛନ୍ତି।
ସୁଭଦ୍ରା ମିଶ୍ର ଜଣେ ସାଂଗଠନିକ ନେତ୍ରୀ ଭାବେ ଭୂବନେଶ୍ବର ମଧ୍ୟ ନିର୍ବାଚନ ମଣ୍ଡଳୀରେ ସୁପରିଚିତ ।
କିନ୍ତୁ ଦଳର ଆଭ୍ୟନ୍ତରୀଣ ଚର୍ଚ୍ଚାରୁ ଜଣାପଡୁଛି ଦଳ ଏବେ ନୂଆ ମୁହଁକୁ ନିର୍ବାଚନ ରଣାଙ୍ଗନରେ ଉତାରିବାକୁ ଆଗ୍ରହ ପ୍ରକାଶ କରିଛି।
ଶ୍ରୀମତୀ ମଧୁସ୍ମିତା ଆଚାର୍ଯ୍ଯ ଜଣେ ଉଚ୍ଚଶିକ୍ଷିତା ସମାଜସେବୀ ଭାବେ ବିଭିନ୍ନ ମହଲରେ ପରିଚିତ। ଛାତ୍ର ଜୀବନରୁ ସେ ରାଜନୀତି ସହ ଜଡିତ। କମଳା ନେହେରୁ ଓମେନ୍ସ କଲେଜରେ ପ୍ରଥମେ ସମ୍ପାଦକ ଓ ପରେ ସଭାପତି ଭାବେ ତାଙ୍କ ରାଜନୈତିକ ଜୀବନ ଆରମ୍ଭ କରିଥିଲେ। ତାପରଠୁ ସେ ବିଭିନ୍ନ ଏନଜିଓ, କ୍ରୀଡା ସଂଗଠନ, ସାମାଜିକ ସଂସ୍ଥାରେ ଜଡିତ ରହି ଲୋକଙ୍କ ସେବା କରିଆସୁଛନ୍ତି।

ଧର୍ମଶାଳାର ପୂର୍ବତନ ବିଧାୟକ ସ୍ଵର୍ଗତ କାଙ୍ଗାଳି ପଣ୍ଡାଙ୍କ ପୂତ୍ର ବଧୂ ହୋଇଥିବାରୁ ସାଧାରଣ ନିର୍ବାଚନରେ ତାଙ୍କର ପ୍ରତ୍ୟକ୍ଷ ଅଭିଜ୍ଞତା ରହିଛି।
ତେଣୁ ଶ୍ରୀମତୀ ଆଚାର୍ଯ୍ଯ କଂଗ୍ରେସ ଦଳର ଭୂବନେଶ୍ବର ମେୟର ପ୍ରାର୍ଥୀ ଏକପ୍ରକାର ଚୂଡାନ୍ତ ବୋଲି ଶୁଣାଯାଉଛି।




admin 