ଭୁବନେଶ୍ବରର ପ୍ରଥମ ମହିଳା ମେୟର ହେଲେ ସୁଲୋଚନା
ଭୁବନେଶ୍ବରର ପ୍ରଥମ ମହିଳା ମେୟର ହେଲେ ସୁଲୋଚନା
ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମର ପ୍ରଥମ ମହିଳା ମେୟର ହାଇଛନ୍ତି ସୁଲୋଚନା ଦାସ। ଏକ ଲକ୍ଷ ୬୦ ହଜାରରୁ ଅଧିକ ଭୋଟ୍ ହାତେଇ ସେ ବିଜେପିର ସୁନିତୀ ମୁଣ୍ଡକୁ ହରାଇ ସେ ଏହି ସଫଳତା ହାସଲ କରିଛନ୍ତି ଅପରପକ୍ଷରେ ବିଜେଡ଼ିର ମେୟର ଓ ଅନ୍ୟ ବିଜୟୀ କର୍ପୋରେଟରମାନେ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଠାରୁ ଆଶୀର୍ବାଦ ଗ୍ରହଣ କରିଛନ୍ତି ।
ସୁଲୋଚନା ଦାସ ଜଣେ ସାମ୍ବାଦିକା ଭାବେ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ଅନେକ ମୁଦ୍ରିତ ଓ ବୈଦୁ୍ୟତିକ ଗଣମାଧ୍ୟମରେ ସେ କାର୍ୟ୍ୟ କରି ଦକ୍ଷତାର ପରାକାଷ୍ଠା ପ୍ରତିପାଦନ କରିସାରଛନ୍ତି । ପରେ ସେ ସାମ୍ବାଦିକତା ଛାଡ଼ି ରାଜନୈତିକ କ୍ଷେତ୍ରରେ ପ୍ରବେଶ କରିଥିଲେ । ପ୍ରଥମେ ସେ ଜାତୀୟ କଂଗ୍ରେସରେ ରାଜନୀତି ଆରମ୍ଭ କରିଥିଲେ । ଜଣେ ଦକ୍ଷ ମୁଖପାତ୍ର ତଥା ଦକ୍ଷ ନେତ୍ରୀ ଭାବେ ସେ କଂଗ୍ରେସରେ ନିଜର ସ୍ଥାନ ସୁଦୃଢ଼ କରିଥିଲେ । ପରେ ତାଙ୍କୁ ବିଜୁ ଜନତା ଦଳରୁ ଡାକରା ଆସିଥିଲା । ନବୀନ ନିବାସକୁ ଯାଇ ସେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ବିଜେଡ଼ିରେ ସାମିଲ ହୋଇଥିଲେ । ପ୍ରଥମେ ତାଙ୍କୁ ବିଜେଡ଼ି ମୁଖପାତ୍ର କରିବା ସହ ବିଜୁ ମହିଳା ଜନତା ଦଳର ଉପସଭାପତି ଦାୟିତ୍ୱ ଦେଇଥିଲା । ସାଧାରଣ ନିର୍ବାଚନ ପରେ ସେ ଭିନ୍ନକ୍ଷମ କମିଶନର ଭାବେ ନିଯୁକ୍ତି ପାଇଥିଲେ । ଦଳର ଜଣେ ଶୃଙ୍ଖଳିତ ସଭ୍ୟା ଭାବେ କାର୍ୟ୍ୟ କରି ଆସୁଥିବାରୁ ଚଳିତ ନିର୍ବାଚନରେ ଅନେକ ନେତ୍ରୀ ଥିଲେ ମଧ୍ୟ ନବୀନ ପଟ୍ଟନାୟକ ତାଙ୍କ ଉପରେ ଆସ୍ଥା ପ୍ରକଟ କରିଥିଲେ ।




admin 