ଆଜି ପୁଣି ବଢ଼ିଲା ପେଟ୍ରୋଲ୍‌, ଡିଜେଲ ଦର

ଆଜି ପୁଣି ବଢ଼ିଲା ପେଟ୍ରୋଲ୍‌, ଡିଜେଲ ଦର

ଆଜି ପୁଣି ବଢ଼ିଲା ପେଟ୍ରୋଲ୍‌, ଡିଜେଲ ଦର

ନୂଆଦିଲ୍ଲୀ: ଦେଶରେ ତୈଳ ଦରରେ ଲାଗୁନି ବ୍ରେକ୍ । ଆଜି ପୁଣି ବଢିଲା ତେଲ ଦର । ଲଗାତାର ଷଷ୍ଠ ଦିନରେ ପଞ୍ଚମ ଥର ପାଇଁ ବଢିଲା ପେଟ୍ରୋଲ-ଡିଜେଲ ଦର । ପେଟ୍ରୋଲ ଲିଟର ପିଛା ୫୦ ପଇସା ଓ ଡିଜେଲ ଦର ଲିଟର ପିଛା ୫୫ ପଇସାକୁ ବୃଦ୍ଧି ପାଇଛି ।  ଏହି ବର୍ଦ୍ଧିତ ଦର ଲାଗୁ ହେବା ପରେ ଓଡିଶାରେ ପେଟ୍ରୋଲ ଲିଟର ପିଛା ଦର ୧୦୫ ଟଙ୍କା  ୭୨ ପଇସାରେ ପହଞ୍ଚିଛି ଓ ଡିଜେଲ ୯୫ ଟଙ୍କା ୫୮ ପଇସା ରହିଛି ।

ଦରବୃଦ୍ଧି ପରେ  ଦିଲ୍ଲୀରେ ଲିଟର ପିଛା ପେଟ୍ରୋଲ ଦର ୯୯ଟଙ୍କା ୧୧ ପଇସା ଦରରେ ବିକ୍ରି ହେଉଥିବା ବେଳେ ଡିଜେଲ ଲିଟର ପିଛା ୯୦ଟଙ୍କା ୪୨ ପଇସା ଦରରେ ବିକ୍ରି ହେଉଛି । ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ଦର ୧୧୩ଟଙ୍କା ୮୮ ପଇସା ଓ ଡିଜେଲ ୯୮ଟଙ୍କା ୧୩ ପଇସା ଦରରେ ବ୍ରିକ୍ରି ହେଉଛି । କୋଲକାତାରେ ପେଟ୍ରୋଲ ଲିଟର ପିଛା ୧୦୮ଟଙ୍କା ୫୩ ପଇସା ହୋଇଥିବା ବେଳେ ଡିଜେଲ ୯୩ ଟଙ୍କା ୫୭ ପଇସା ହୋଇଛି । ସେହିପରି ଚେନ୍ନାଇରେ ପେଟ୍ରୋଲ ଲିଟର ୫୭ ପଇସା ବୃଦ୍ଧି ପାଇ ୧୦୫ଟଙ୍କାରେ ପହଞ୍ଚିଥିବା ବେଳେ ଡିଜେଲ ଲିଟର ପିଛା ୬୩ ପଇସା ବଢି ୯୫ ଟଙ୍କା ୧୦ ପଇସାରେ ପହଞ୍ଚିଛି ।

ଲଗାତାର ୧୩୭ ଦିନ ଧରି ଦେଶରେ ପେଟ୍ରୋଲ ଓ ଡିଜେଲ ଦର ସ୍ଥିର ରହିବା ପରେ ପୁଣି ମାର୍ଚ୍ଚ ୨୨ ତାରିଖରୁ ମୂଲ୍ୟବୃଦ୍ଧି ପ୍ରକ୍ରିୟା ଆରମ୍ଭ ହୋଇଛି । ଫଳରେ ପାଞ୍ଚ ଦିନରେ ଲିଟରପିଛା ଡିଜେଲ ଓ ପେଟ୍ରୋଲ ଦର ୩ ଟଙ୍କା ୭୦ ପଇସା ପର୍ୟ୍ୟନ୍ତ ବୃଦ୍ଧି ପାଇଛି ।