ଭୁବନେଶ୍ବରରେ ବିଜେଡିର ସୁଲୋଚନା ଦାସ ଆଗରେ

ଭୁବନେଶ୍ବରରେ ବିଜେଡିର ସୁଲୋଚନା ଦାସ ଆଗରେ

ଭୁବନେଶ୍ବରରେ ବିଜେଡିର ସୁଲୋଚନା ଦାସ ଆଗରେ

ଭୁବନେଶ୍ବର: ଭୁବନେଶ୍ୱରରେ ବିଜେଡ଼ି ମେୟର ପ୍ରାର୍ଥିନୀ ସୁଲୋଚନା ଦାସ ଆଗରେ ରହିଛନ୍ତି  । ଯେତେବେଳେକି ବିଜେପି ପ୍ରାର୍ଥିନୀ ଡକ୍ଟର ସୁନୀତ ମୁଣ୍ଡ ଓ କଂଗ୍ରେସର ମଧୁସ୍ମିତା ଆଚାର୍ୟ୍ୟ ପଛରେ ରହିଯାଇଛନ୍ତି  । 

ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଥିଲା  । ଫଳରେ ଗଣନା କେନ୍ଦ୍ର ଆଗରେ ସକାଳୁ ସକାଳୁ ଭିଡ଼ ପରିଲକ୍ଷିତ ହୋଇଥିଲା  । ତେବେ କେତେକ ସ୍ଥାନରେ ଭୋଟ ଗଣତି ବିଳମ୍ବିତ ହୋଇଥିବା ଲକ୍ଷ୍ୟ କରାଯାଇଛି  ।  

ସୂଚନାଯୋଗ୍ୟଯେ, ରାଜ୍ୟର ୧୦୯ ପୌର ପରିଷଦରେ ଭୋଟ ହୋଇଥିଲେବି ୧୦୮ଟିରେ ଗଣତି କରାଯାଉଛି  । ଧାମନଗରର ଫଳାଫଳ ଆଜି ଆସିପାରିବ ନାହିଁ  । ମୁନିସପାଲଟିରେ କାଉନସିଲର ଓ ଅଧ୍ୟକ୍ଷଙ୍କ ଭୋଟ ଗଣତି ପାଇଁ ୫ଟି ଟେବୁଲର ବ୍ୟବସ୍ଥା ଥିବାବେଳେ ତିନି ମହାନଗର ନିଗମର କର୍ପୋରେଟର ଓ ମେୟରଙ୍କ ଭୋଟ ଗଣତି ପାଇଁ ୧୨ଟି ଲେଖାଏଁ ଟେବୁଲ ରହିଛି  ।