ଭିଣୋଇର କଟୁରୀ ଚୋଟରେ ଶଳା ମୃତ

ଭିଣୋଇର କଟୁରୀ ଚୋଟରେ ଶଳା ମୃତ

ଭିଣୋଇର କଟୁରୀ ଚୋଟରେ ଶଳା ମୃତ
ଢେଙ୍କାନାଳ:ଘରୋଇ କଳିରୁ ଭିଣୋଇର କଟୁରୀ ଚୋଟରେ ଶଳା ମୃତ । ଏହାସହ ସ୍ତ୍ରୀ ଓ ଶାଶୁ ଗୁରୁତର ହୋଇଛି। ଏପରି ଘଟଣା ଘଟିଛି ଢୋଙ୍କାନାଳ ଜିଲ୍ଲା ସଦର ଥାନା ବିଦ୍ୟାବନ୍ଧ ଗାଁରେ । ରୁଦ୍ର ନାରାୟଣ ନାଏକ ନିଜ ଶଳା ନଗେଶ ରାଉତଙ୍କୁ କଟୁରୀରେ ଆକ୍ରମଣ କରି ହତ୍ୟା କରିଛନ୍ତି ।ସ୍ତ୍ରୀ ଓ ଶାଶୁ ଏଥିରୁ ତାଙ୍କୁ ରୋକିବାପାଇଁ ଉଦ୍ୟମ କଲା ବେଳେ ଉଭୟ ଆହତ ହୋଇଛନ୍ତି । ସଦର ପୁଲିସ ଓ ସାଇଂଟିଫିକ ଟିମ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି । ତେବେ ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ରୁଦ୍ର ନାରାୟଣ ନାଏକ ଫେରାର ହୋଇଯାଇଛି ।