ଭିଡିଓ ଭାଇରାଲ ଘଟଣା: ଜାଗି ଓ ଜୟଙ୍କୁ ଟାର୍ଗେଟ କଲେ ସାଂସଦ

ଭିଡିଓ ଭାଇରାଲ ଘଟଣା: ଜାଗି ଓ ଜୟଙ୍କୁ ଟାର୍ଗେଟ କଲେ ସାଂସଦ

ଭିଡିଓ ଭାଇରାଲ ଘଟଣା: ଜାଗି ଓ ଜୟଙ୍କୁ ଟାର୍ଗେଟ କଲେ ସାଂସଦ
କେନ୍ଦୁଝର: ମୁଁ ଜଣେ ଆଦିବାସୀ ଝିଅ । ଦେଶର ସର୍ବ କନିଷ୍ଠ ସାଂସଦ । ଏଭଳି ସ୍ଥଳେ ମୋତେ ନେଇ ଭାଇରାଲ ହୋଇଥିବା ନକଲି ଭିଡିଓ ଘଟଣାରେ ଓଟିଭି ସାମ୍ବାଦିକ ରମେଶ ରଥଙ୍କୁ ସମ୍ପୃକ୍ତି ଆସିବା ପରେ ଓଟିଭିର ନିଦେ୍ର୍ଧଶିକା ଜାଗି ମଙ୍ଗତ ପଣ୍ଡା ଏବଂ ବୈଜୟନ୍ତ ପଣ୍ଡା ସୁରକ୍ଷା ଦେବାକୁ ଅଣ୍ଟା ଭିଡିଛନ୍ତି । ଏମିତିକି ଏହି ଘଟଣା କାଳେ ଗଣମାଧ୍ୟମ ଉପରେ ଆକ୍ରମଣ ବୋଲି ଦିଲ୍ଲୀ ମହଲରେ ଖବର ପରିବେଶ କରି ମିଥ୍ୟା ପ୍ରଚାର ଚଳାଇଛନ୍ତି । ଯଦି ପଣ୍ଡା ପରିବାରରୁ କେହି ଝିଅ ଏଭଳି ପରିସ୍ଥିତିରେ ସମ୍ମୁଖୀନ ହୋଇଥାନ୍ତା ସେ କ’ଣ ଏଭଳି କରିଥାନ୍ତେ ବୋଲି କେନ୍ଦୁଝର ସାଂସଦ ଚନ୍ଦ୍ରାଣୀ ମୁର୍ମୁ ପ୍ରଶ୍ନ କରିବା ସହିତ ଉଭୟ ଜାଗି ଓ ଜୟପଣ୍ଡାଙ୍କୁ ଟାର୍ଗେଟ କରିଛନ୍ତି । ପ୍ରେସ ବିଜ୍ଞପ୍ତିରେ ସାଂସଦ ଚନ୍ଦ୍ରାଣୀ ମୁର୍ମୁ ଉଲ୍ଲେଖ କରିଛନ୍ତି ଯେ, ମୋ ଚରିତ୍ର ସଂହାର କରିବା ଉଦେ୍ଧଶ୍ୟରେ ଏବଂ ମୋତେ ନିର୍ଯାତନା ଦେବା ପାଇଁ ନକଲି ଭିଡିଓ ଭାଇରାଲ କରାଯାଇଥିଲା । ଏହି ଭାଇରାଲ ଭିଡିଓ ଘଟଣାରେ ଓଟିଭିର ସାମ୍ବାଦିକ ରମେଶ ରଥଙ୍କୁ ପୁଲିସ ଗିରଫ କରିବା ପରେ ତାଙ୍କୁ ସୁରକ୍ଷା ଦେବା ପାଇଁ ଓଟିଭି ନିଦେ୍ର୍ଧଶିକା ଜାଗି ମଙ୍ଗତ ପଣ୍ଡା ଏବଂ ଜୟ ପଣ୍ଡା ଉଦ୍ୟମ କରୁଛନ୍ତି । ଏଥିପାଇଁ ସେମାନେ ରମେଶ ରଥଙ୍କ ଗିରଫଦାରୀ ଘଟଣାକୁ ଭିନ୍ନ ଢ଼ଙ୍ଗରେ ଉପସ୍ଥାପନ କରୁଛନ୍ତି । ଏମିତିକି ଓଡ଼ିଶା ସରକାର ଦ୍ୱାରା ଓଟିଭି ଏବଂ ଏହାର ସାମ୍ବାଦିକଙ୍କ ଉପରେ ଉଦେ୍ଧଶ୍ୟମୂଳକ କାର୍ଯ୍ୟାନୁଷ୍ଠାନ ବୋଲି ଦର୍ଶାଇବାକୁ ପଛାଉନାହାନ୍ତି ବୋଲି ସେ ଉଲ୍ଲେଖ କରିଛନ୍ତି । ଯଦି ପଣ୍ଡା ପରିବାରରୁ କେହି ଝିଅ ଏଭଳି ନକଲି ଭିଡିଓରେ ଭାଇରାଲ ହୋଇଥାନ୍ତେ, ତେବେ ତାଙ୍କୁ ଏଭଳି ଢ଼ଙ୍ଗରେ ସୁରକ୍ଷା ଯୋଗାଇବାକୁ ଆସିଥାନ୍ତେ କି ବୋଲି ସେ ପ୍ରଶ୍ନ କରିଛନ୍ତି । ସେ କହିଛନ୍ତି ଉଭୟ ଜାଗି ଓ ଜୟ ପଣ୍ଡାଙ୍କର ଦିଲ୍ଲୀର କ୍ଷମତା କେନ୍ଦ୍ରରେ ବେଶ ପରିଚିତ । ସେମାନେ ଏହି କ୍ଷମତାଶାଳୀ ଲୋକଙ୍କୁ ବ୍ୟବହାର କରି ଓଟିଭି ସାମ୍ବାଦିକଙ୍କୁ ଜେରା କରିବା ଗଣମାଧ୍ୟମରେ ଉପରେ ଆକ୍ରମଣ ବୋଲି ଦର୍ଶାଇ ବିଭିନ୍ନ ଖବର ପରିବେଷଣ କରୁଛନ୍ତି । ସେ ଜଣେ ଆଦିବାସୀ ଯୁବତୀ । ତାଙ୍କ ସମ୍ମାନହାନି ହୋଇ ଚାଲିଛି, କିନ୍ତୁ ସେ ନ୍ୟାୟ ପାଉନାହାନ୍ତି । ଏପରି ସ୍ଥଳେ ସମଗ୍ର ଭାରତର ନାରୀମାନେ କିଭଳି ଅଛନ୍ତି ତାହା ଅନୁମାନ କରାଯାଇପାରେ ବୋଲି ସେ ତାଙ୍କ ପ୍ରେସ ଇସ୍ତାହାରରେ ଦର୍ଶାଇଛନ୍ତି ।