ଭିଜିଲାନ୍ସର ଜାଲରେ ଆଉ ଜଣେ ନିର୍ବାହୀ ଯନ୍ତ୍ରୀ
ଭିଜିଲାନ୍ସର ଜାଲରେ ଆଉ ଜଣେ ନିର୍ବାହୀ ଯନ୍ତ୍ରୀ
କଟକ: ଗତ କିଛି ଦିନ ହେବ ଭିଜିଲାନ୍ସର କାର୍ୟ୍ୟାନୁଷ୍ଠାନ ଜୋରଦାର ହୋଇଛି। ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ଗିରଫ କରାଯାଉଛି। ନିକଟରେ ଅନେକ ବଡବାବୁ ଭିଜିଲାନ୍ସ ଜାଲରେ ଫଶିଥିବାବେଳେ ଆଜି ସକାଳୁ ଭିଜିଲାନ୍ସ ହାବୁଡରେ ପଡିଛନ୍ତି ନିର୍ବାହୀ ଯନ୍ତ୍ରୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କଟକ ଡ୍ରେନେଜ୍ ଡିଭିଜନ ନିର୍ବାହୀ ଯନ୍ତ୍ରୀ ମନୋଜ ବେହେରାଙ୍କ ଘର ଭିଜିଲାନ୍ସ ରେଡ୍ କରିଛି । ଆଜି ସକାଳୁ ସକାଳୁ ୪ ଡିଏସ୍ପି, ୮ ଇନ୍ସପେକ୍ଟରଙ୍କ ସମେତ ୪୦ ଭିଜିଲାନ୍ସ ଅଧିକାରୀ ମନୋଜଙ୍କ କଟକ ମହାନଦୀ ବିହାରସ୍ଥିତ ଦୁଇ ମହଲା ଘରେ ପଶି ଚଢାଉ ଜାରି ରଖିଛନ୍ତି ।
ଏଥିସହ କଟକ ଜିଲ୍ଲା ନେମାଳଠାରେ ଥିବା ମନୋଜଙ୍କ ପୈତୃକ ଘର, ଭୁବନେଶ୍ୱର ଉପକଣ୍ଠ ପାହାଳସ୍ଥିତ ଉକôଳ ହାଇଟ୍ସରେ ତାଙ୍କ ପନôୀ ଦେବସ୍ମିତା ବେହେରାଙ୍କ ନାଁରେ ଥିବା ଆପାର୍ଟମେଣ୍ଟ, କଟକ ଗଣ୍ଡରପୁରସ୍ଥିତ ଅଫିସରେ ବି ଚଢାାଉ କରିଛି ଭିଜିଲାନ୍ସ ଟିମ୍ । ଏହାସହିତ ଭୁବନେଶ୍ୱର ଚନ୍ଦ୍ରଶେଖରପୁରରେ ମନୋଜଙ୍କର ୨ଟି ପ୍ଲଟ ଥିବା ଜଣାପଡିଛି ।
ମହାନଦୀ ବିହାରସ୍ଥିତ ଘରେ ଚଢାଉ ସମୟରେ ତାଙ୍କ ସୁନା, ଗହଣା, ଟଙ୍କା ତଥା ବିଭିନ୍ନ ବଣ୍ଡ ପେପରର ମୂଲ୍ୟ ଭିଜିଲାନ୍ସ ଆକଳନ କରୁଛି । ଏହି ସମୟରେ ଘରେ ମନୋଜ ବେହେରା ଉପସ୍ଥିତ ଥିଲେ ମଧ୍ୟ ତାଙ୍କ ମତାମତ ମିଳିପାରିନି ।




admin 