ଭିଜିଲାନ୍ସ ଜାଲରେ କୋଟିପତି ଶିକ୍ଷକ

ଭିଜିଲାନ୍ସ ଜାଲରେ କୋଟିପତି ଶିକ୍ଷକ

ଭିଜିଲାନ୍ସ ଜାଲରେ କୋଟିପତି ଶିକ୍ଷକ
ବ୍ରହ୍ମପୁର : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ଫସିଛନ୍ତି ଜଣେ କୋଟିପତି ଶିକ୍ଷକ । ବ୍ରହ୍ମପୁର ଗୋପାଳପୁର, ଭୁବନେଶ୍ୱର, ପୁରୀ ସମତେ ଏକାଧିକ ସ୍ଥାନରେ ପ୍ଲଟ ବହୁତଳ କୋଠା, ଫ୍ଲାଟ ଓ ବିପୁଳ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଭିଜିଲାନ୍ସରେ ଅଭିଯୋଗ ହୋଇଥିଲା । ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକ ଝାଡ଼ଙ୍ଗୁଲି ସ୍ଥିତ ଯଶୋଦା ହାଇସ୍କୁଲର ହିନ୍ଦୀ ଶିକ୍ଷକ ଭୁବନାନନ୍ଦ ସାହୁଙ୍କ ବାସଭବନ ସମେତ ସମୁଦାୟ ୧୦ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରିଥିଲା । ଭିଜିଲାନ୍ସ ବିଭାଗର ପ୍ରାରମ୍ଭିକ ଆକଳନ ଅନୁଯାୟୀ ଶିକ୍ଷକଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ହେଉଛି ୪ କୋଟି ୯୩ ଲକ୍ଷ ୯୭ ହଜାର ୨୪୪ ଟଙ୍କା । ବ୍ରହ୍ମପୁର ବ୍ରହ୍ମନଗର ଠାରେ ୫ ମହଲା କୋଠା ମୂଲ୍ୟ ୧ କୋଟି ୮୬ ଲକ୍ଷ ୬୩ ହଜାର ୧୬୫ ଟଙ୍କା ଆକଳନ କରାଯାଇଛି । ଏହି କୋଠାଟି ଶିକ୍ଷକଙ୍କ ପତ୍ନୀଙ୍କ ନାମରେ ରହିଛି । ସେହିପରି ଗୋପାଳପୁର ଏନଏସିର ୱାର୍ଡ ନମ୍ବର ୧ ରେ ଗୋଟିଏ କୋଠା, ବଳିୟାରସିଂହ ମୋଜାରେ ଗୋଟିଏ କୋଠା ଓ ବ୍ରହ୍ମପୁର ସହର ବିଭିନ୍ନ ସ୍ଥାନରେ ୧୦ଟି ପ୍ଲଟ ରହିଛି । ବ୍ରହ୍ମାନଗର ଥିବା ଏକ ଆଜବେଷ୍ଟସନ ଘରର ମୂଲ୍ୟ ୧୬ ଲକ୍ଷ ଟଙ୍କା, ଭୁବନେଶ୍ୱର ଫ୍ଲାଟର ମୂଲ୍ୟ ୨୮ ଲକ୍ଷ, ପୁରୀ ଫ୍ଲାଟର ମୂଲ୍ୟ ୬ ଲକ୍ଷ ଓ ନିମଖଣ୍ଡି ଦୋକାନ ଗୃହର ମୂଲ୍ୟ ୫ ଲକ୍ଷ ଟଙ୍କାର ଆକଳନ କରାଯାଇଛି । ୨୦ ଲକ୍ଷ ୭୪ ହଜାର ୮୯୫ ଟଙ୍କାର ଏଲଆଇସି ରହିଛି । ୮ ଲକ୍ଷ ୪୩ ହଜାର ୮୩୮ ଟଙ୍କାର ବ୍ୟାଙ୍କ ଜମା ରହିଛି । ନଗଦ ୯୪୭୦ ଟଙ୍କା ତାଙ୍କ ନିକଟରେ ରହିଥିବା ଏହି ଚଢ଼ଉ ବେଳେ ଜଣାପଡ଼ିଛି ।