ଭିକାରୀ ମୁକ୍ତ ହେବ ଏକାମ୍ରକ୍ଷେତ୍ର

ଭିକାରୀ ମୁକ୍ତ ହେବ ଏକାମ୍ରକ୍ଷେତ୍ର

ଭିକାରୀ ମୁକ୍ତ ହେବ ଏକାମ୍ରକ୍ଷେତ୍ର
ଭୁବନେଶ୍ୱର : ଏକାମ୍ର କ୍ଷେତ୍ର ବିକାଶମୂଳକ କାମ ଦ୍ରୁତ ଗତିରେ ଚାଲିଛି । ସରକାରୀ ଅଧିକାରୀ ଘନ ଘନ କ୍ଷେତ୍ର ପରିଦର୍ଶନ କରିବା ସହିତ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରୁଛନ୍ତି । ଜମି ଅଧିଗ୍ରହଣ, ରାସ୍ତା ନିର୍ମାଣ, ସୌନ୍ଦର୍ଯ୍ୟକରଣ ଆଦି କାମ ଜୋରଦାର ଚାଲିଥିବା ବେଳେ ପ୍ରଶାସନ ପକ୍ଷରୁ ଆଉ ଏକ ପଦକ୍ଷେପ ନିଆଯାଇଛି । ରାଜଧାନୀ ଭୁବନେଶ୍ୱରକୁ ଭିକାରୀ ମୁକ୍ତ କରିବାକୁ ବିଏମସି ପ୍ରୟାସ ଜାରି ରଖିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ଏକାମ୍ର କ୍ଷେତ୍ରକୁ ଗୁରୁତ୍ୱ ଦିଆଯାଇଛି । ଏକାମ୍ର କ୍ଷେତ୍ରକୁ ଭିକାରୀ ମୁକ୍ତ କରିବା ନିମନ୍ତେ ବିଏମସି ପକ୍ଷରୁ ସର୍ଭେ କରାଯାଇଛି । ୩୫ ଭିକାରୀଙ୍କ ଚିହ୍ନଟ କରାଯାଇଛି । ସେମାନଙ୍କୁ ଆଶ୍ରୟସ୍ଥଳୀ ନିଆଯିବାକୁ ପ୍ରକି୍ରୟା ଆରମ୍ଭ ହୋଇଚି । ମନ୍ଦିର ଆଖପାଖରେ ବୁଲୁଥିବା ଭିକାରୀଙ୍କ ସହିତ ଆଲୋଚନା କରାଯାଇ ନିଜ ପରିବାରକୁ ଫେରିବାକୁ ଚାହୁଁଥିବାଭିକାରୀଙ୍କୁ ସହାୟତା ଯୋଗାଇ ଦିଆଯିବା ପାଇଁ ପଦକ୍ଷେପ ନିଆଯାଇଛି । ସରକାରଙ୍କ ‘ସହାୟ’ ଯୋଜନାରେ ଭିକାରୀଙ୍କୁ ଥଇଥାନ କରାଯିବ ।