ଭାସିଗଲେ ଦୁଇସାଙ୍ଗ

ଭାସିଗଲେ ଦୁଇସାଙ୍ଗ

କେନ୍ଦ୍ରାପଡା: ଡେରାବିଶ ବ୍ଳକ ଅନ୍ତର୍ଗତ ବିରୂପା ନଦୀରେ ୨ ଛାତ୍ର ଗାଧୋଇବାକୁ ଯାଇ ନିଖୋଜ ହୋଇଯାଇଛନ୍ତି । ଛାତ୍ର ଦ୍ୱୟ ଛୋଟି ଗ୍ରାମର ପ୍ରଦୀପ ଚରଣ ଦାସଙ୍କ ପୁଅ ଆକାଶ (୧୮) ଏବଂ ଜୟନ୍ତ ପ୍ରଧାନଙ୍କ ପୁତୁରା ଦିବ୍ୟଜ୍ୟୋତି(୧୬)। ଗୁରୁବାର ପୂର୍ବାହ୍ନରେ ଆକାଶ ଓ ଦିବ୍ୟଜ୍ୟୋତି ନଦୀକୁ ଗାଧୋଇବାକୁ ଯାଇଥିଲେ। ଏହି ସମୟରେ ଦୁଇଜଣଯାକ ନଦୀରେ ଭାସି ଯାଇଥିଲେ। ସେଠାରେ ଗାଧୋଉଥିବା ଅନ୍ୟ ଯୁବକମାନେ ଡେରାବିଶ ଓ କେନ୍ଦ୍ରାପଡ଼ା ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଖବର ପାଇ ଡେରାବିଶ ଓ କେନ୍ଦ୍ରାପଡ଼ାରୁ ଦମକଳ ବାହିନୀ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ୟ୍ୟରେ ଲାଗିପଡ଼ିଥିଲେ ।