ଭାରସାମ୍ୟ ହରାଇ ଓଲଟିଲା ତୀର୍ଥଯାତ୍ରୀ ବସ୍
ଭାରସାମ୍ୟ ହରାଇ ଓଲଟିଲା ତୀର୍ଥଯାତ୍ରୀ ବସ୍
ବାଲେଶ୍ୱର: ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟିଲା ତୀର୍ଥଯାତ୍ରୀ ବସ୍ । ଅଳ୍ପକେ ବର୍ତ୍ତିଲା ୭୨ ଜୀବନ । ୬୦ ନମ୍ବର ଜାତୀୟ ରାଜପଥର ହଳଦୀପଦା ନିକଟରେ ଓଲଟିଛି ପଶ୍ଚିମବଙ୍ଗ ଫେରୁଥିବା ବସ୍ । ଦୁର୍ଘଟଣାରେ ୨ ଜଣ ତୀର୍ଥଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି ।
ପୁରୀରୁ ଜଗନ୍ନାଥ ଦର୍ଶନ ସାରି ଘରକୁ ଫେରୁଥିଲେ ୭୨ ଜଣ ତୀର୍ଥଯାତ୍ରୀ । ପୋଲିସ ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛି । ଡ୍ରାଇଭରଙ୍କ ଆଖି ଲାଗିଯିବା କାରଣରୁ ଏହି ଦୁର୍ଘଟଣା ହୋଇଥିବା ପ୍ରାଥମିକ ସୂଚନା ।




admin 