ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଖସିଲା ବସ୍, ବର୍ତ୍ତିଲେ ୩୮ ଯାତ୍ରୀ

ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଖସିଲା ବସ୍, ବର୍ତ୍ତିଲେ ୩୮ ଯାତ୍ରୀ

ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଖସିଲା ବସ୍,  ବର୍ତ୍ତିଲେ ୩୮ ଯାତ୍ରୀ

ମୋହନା : ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଖସିଲା ବସ୍। ଗଜପତି ଜିଲ୍ଲା ଅଡ଼ବା ଥାନା ଥାନା ନଳାଘକ୍ଷଟ ନିକଟରେ ଏଭଳି ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ କେହି ଆହତ ହୋଇନଥିବା ବେଳେ ୩୮ ଜଣ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

ସୂଚନାନୁଯାୟୀ, ମାଲକାନଗିରି ଜିଲ୍ଲା ମୋଟୁରୁ ଭୁବନେଶ୍ୱର ଆସୁଥିବା ବେଳେ ଏକ ବସ୍ ବିଳମ୍ଵିତ ରାତିରେ ଭାରସାମ୍ୟ ହରାଇ ଅଡ଼ବା ଥାନା ନଳାଘକ୍ଷଟ ନିକଟରେ ରାସ୍ତା କଡ଼କୁ ଖସିଯାଇଛି। ଘନ କୁହୁଡି ଯୋଗୁଁ ଏଭଳି ଘଟଣା ଘଟିଥିବା ଅନୁମାନ କରାଯାଉଛି। ତେବେ ଏହି ଦୁର୍ଘଟଣାରେ କେହି ଆହତ ହୋଇନଥିବା ବେଳେ ୩୮ ଜଣ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଘଟଣାସ୍ଥଳରେ ଅଡ଼ବା ଥାନା ପୋଲିସ ପହଞ୍ଚି ତଦନ୍ତ କରୁଛି। ଯାତ୍ରୀମାନଙ୍କୁ ଅନ୍ୟ ଏକ ବସ୍‌ରେ ଯିବା ବ୍ୟବସ୍ଥା କରିଛି ପୋଲିସ।