ଭାରତୀୟ ଟିମର କୋଚ ହେବେ ଅନୀଲ କୁମ୍ବଲେ

ଭାରତୀୟ ଟିମର କୋଚ ହେବେ ଅନୀଲ କୁମ୍ବଲେ

ଭାରତୀୟ ଟିମର କୋଚ ହେବେ ଅନୀଲ କୁମ୍ବଲେ

ମୁମ୍ବାଇ : ରବି ଶାସ୍ତ୍ରୀଙ୍କ ପରେ ଅନୀଲ କୁମ୍ବଲେ ଭାରତୀୟ ଟିମର କୋଚ ହେବେ  । ଟ୍ୱେଂଟି ଟ୍ୱେଂଟି ବିଶ୍ୱକପ ପରେ ରବି ଶାସ୍ତ୍ରୀ କୋଚ ପଦରୁ ଓହରିବେ  । ଫଳରେ ପରବର୍ତୀ କୋଚ ପଦକୁ ନେଇ ଚର୍ଚ୍ଚା ହେଉଥିଲା  । ଏପରିକି ରାହୁଲ ଦ୍ରାବିଡ଼ କୋଚ ହେବେବୋଲି କୁହାଯାଉଥିବାବେଳେ ଏବେ କିନ୍ତୁ ଅନୀଲ କୁମ୍ବଲେଙ୍କୁ ନେଇ ଚର୍ଚ୍ଚା ଜୋରଧରିଛି  । ପୂର୍ବରୁ ମଧ୍ୟ ସେ ଭାରତୀୟ ଟିମର କୋଚ ଭାର ସମ୍ଭାଳିଥିଲେ  । ତେଣୁ ପୁଣିଥରେ ସେ କୋଚ ପଦକୁ ଫେରିବେ ବୋଲି କୁହାଯାଉଛି  ।

ଜାତୀୟ ଗଣମାଧ୍ୟମରେ ହେଉଥିବା ଚର୍ଚ୍ଚା ଅନୁଯାୟୀ, କୁମ୍ବଲେ ନିଜର ପ୍ରଥମ ଦଫା କୋଚ ସମୟରେ ଭଲ କାମ କରିଥିଲେ  । ବିସିସିଆଇ ବି ତାଙ୍କ ଉପରେ ଖୁସି ଥିଲା  । ତାଙ୍କର କୌଣସି ବିବାଦ ବି ନଥିଲା  । ତେଣୁ ଦ୍ୱିତୀୟ ଥର କୁମ୍ବଲେଙ୍କ ଭଳି ଅଭିଜ୍ଞ ଖେଳାଳୀଙ୍କୁ କୋଚ କରିବା ପାଇଁ ମାନସମନ୍ଥନ ଜାରିରହିଛି  । ତେବେ କୁମ୍ବଲେ ରାଜି ହେବେକି ନାହିଁ ସେନେଇ କୌଣସି ସୂଚନା ମିଳିପାରିନାହିଁ  ।

ସୂଚନାଯୋଗ୍ୟଯେ, ସୌରଭ ଗାଙ୍ଗୁଲି, ସଚ୍ଚିନ ତେନ୍ଦୁଲକର ଓ ଭିଭିଏସ ଲକ୍ଷ୍ମଣଙ୍କୁ ନେଇ ଗଠିତ କ୍ରିକେଟ ପରାମର୍ଶଦାତା କମିଟି ପୂର୍ବରୁ ଅନୀଲ କୁମ୍ବଲେଙ୍କୁ ହିଁ ଭାରତୀୟ ଟିମର କୋଚ କରିଥିଲେ  । ଶାସ୍ତ୍ରୀଙ୍କ ପ୍ରଥମ ଦଫା କୋଚ କାଳ ପରେ କୁମ୍ବଲେଙ୍କୁ ଦାୟିତ୍ୱ ଦିଆଯାଇଥିଲା  । କିନ୍ତୁ ପରବର୍ତୀ ସମୟରେ କୁମ୍ବଲେଙ୍କୁ ନେଇ କେତେକ ଭାରତୀୟ ଖେଳାଳୀ ଅସନ୍ତୁଷ୍ଟ ଥିଲେ  । ତାଙ୍କର କୋଚିଂ ଷ୍ଟାଇଲକୁ ନେଇ ଅସନ୍ତୋଷ ପ୍ରକାଶ ପାଇଥିଲା  । ତେଣୁ କୁମ୍ବଲେ ନିଜ ଆଡ଼ୁ ଅବ୍ୟାହତି ନେଇଥିଲେ  ।