ଡିଆରଡିଓ ତଥ୍ୟ ଲିକ୍ ମାମଲା; ସନ୍ଦେହରେ ୪ ବାଂଲାଦେଶୀ

ଡିଆରଡିଓ ତଥ୍ୟ ଲିକ୍ ମାମଲା; ସନ୍ଦେହରେ ୪ ବାଂଲାଦେଶୀ

ଡିଆରଡିଓ ତଥ୍ୟ ଲିକ୍ ମାମଲା; ସନ୍ଦେହରେ ୪ ବାଂଲାଦେଶୀ

ବାଲେଶ୍ୱର : ଡିଆର୍ଡିଓରୁ ତଥ୍ୟ ଲିକ୍ କରିବା ଘଟଣାରେ ବାଲେଶ୍ୱର ଚାନ୍ଦିପୁରରେ ରହୁଥିବା ବାଂଲାଦେଶୀ ଶରଣାର୍ଥୀଙ୍କ ସଂପୃକ୍ତି ଥିବା ସନ୍ଦେହ କରାଯାଇଛି। ବସ୍ତିର ପ୍ରାୟ ୪ ଜଣ ବାଂଲାଦେଶୀ ଶରଣାର୍ଥୀଙ୍କୁ କ୍ରାଇମବ୍ରାଞ୍ଚ ଉଠାଇ ନେଇଥିବା କୁହାଯାଉଛି । ଏମାନଙ୍କ ବ୍ୟାଙ୍କ୍ ଆକାଉଣ୍ଟରେ ଉତ୍ତରପ୍ରଦେଶର ହ୍ୟାଣ୍ଡଲର ମାଧ୍ୟମରେ ଆଇଟିଆରର କର୍ମଚାରୀଙ୍କ ପାଇଁ ପାକିସ୍ତାନରୁ ଟଙ୍କା ଆସିଛି । ଆତଙ୍କବାଦୀଙ୍କ ପାଇଁ ବାଂଲାଦେଶୀଙ୍କ ବ୍ୟାଙ୍କ ଆକାଉଣ୍ଟ ଭଡ଼ାରେ ଲାଗିଥିବା ସନ୍ଦେହ କରାଯାଉଛି। ଗୋପନୀୟ ଭାବେ ଏହି ବାଂଲାଦେଶୀ ଶରଣାର୍ଥୀଙ୍କୁ କ୍ରାଇମବ୍ରାଞ୍ଚ ଜେରା କରିଛି। ଅନ୍ୟପଟେ ବର୍ତ୍ତମାନ ସୁଦ୍ଧା ଗିରଫ ୫ ଜଣଙ୍କୁ ରିମାଣ୍ଡରେ ଆଣିବା ପାଇଁ କ୍ରାଇମବ୍ରାଞ୍ଚ ୭ ଦିନିଆ ରିମାଣ୍ଡ ଆବେଦନ କରିଛି। ରିମାଣ୍ଡରେ ଆସିଲେ ଅନେକ ଗୋପନୀୟ ତଥ୍ୟ ସାମନାକୁ ଆସିବା ନେଇ ସୂଚନା ମିଳିଛି।  ସୂଚନା ଅନୁସାରେ, ୧୩ ତାରିଖରେ ଗିରଫ ହୋଇଥିବା ଚାନ୍ଦିପୁର ଆଇଟିଆରର ଠିକା ଏସି ଅପରେଟର ବସନ୍ତ ବେହେରା, ସେକ୍ ମୁସାଫିର, ମୁଖ୍ୟ ଫାଟକର ସୁରକ୍ଷାକର୍ମୀ ତାପସ ରଞ୍ଜନ ନାୟକ, ଡିଜି ଅପରେଟର୍ ହେମନ୍ତ କୁମାର ମିସ୍ତ୍ରି ଏବଂ ୧୬ ତାରିଖରେ ଗିରଫ ହୋଇଥିବା ଆଇଟିଆରର ଗାଡ଼ି ଡ୍ରାଇଭର୍ ଉତ୍ତରପ୍ରଦେଶର ସଚିନ କୁମାର ଛେତାଙ୍କୁ କ୍ରାଇମବ୍ରାଞ୍ଚ ଏକକାଳୀନ ରିମାଣ୍ଡରେ ଆଣିବାକୁ ଯୋଜନା କରିଛି । କ୍ରାଇମବ୍ରାଞ୍ଚ ଏସଆଇଟି ବାଲେଶ୍ୱର ଏସଡିଜେଏମଙ୍କ ଅଦାଲତରେ ୭ଦିନିଆ ରିମାଣ୍ଡ ଆବେଦନ କରିଥିବାବେଳେ ଆସନ୍ତାକାଲି ରିମାଣ୍ଡ ମିଳିବା ନେଇ ଅନୁମାନ କରାଯାଉଛି ।