ଭାରତର ପବିତ୍ର ଭୂମିରେ ତ୍ରିରଙ୍ଗା ଭଲ ଲାଗେ: ରହୁଲ

ଭାରତର ପବିତ୍ର ଭୂମିରେ ତ୍ରିରଙ୍ଗା ଭଲ ଲାଗେ: ରହୁଲ

ଭାରତର ପବିତ୍ର ଭୂମିରେ ତ୍ରିରଙ୍ଗା ଭଲ ଲାଗେ: ରହୁଲ

ନୂଆଦିଲ୍ଲୀ: ଭାରତର ପବିତ୍ର ଭୂମିରେ ଆମର ତ୍ରିରଙ୍ଗା ଭଲ ଲାଗେ। କିଛି ଦିନ ତଳେ ଗଲ୍‌ୱାନା ଘାଟିରେ ଭାରତୀୟ ସେନା ତ୍ରିରଙ୍ଗା ପତାକା ଉଡ଼ାଇବା ଟ୍ବିଟର୍‌ରେ ଏପରି ମତ ରଖିଛନ୍ତି କଂଗ୍ରେସ ନେତା, ତଥା ସାଂସଦ ରହୁଲ ଗାନ୍ଧୀ। ଅନ୍ୟପକ୍ଷରେ କିଛିଦିନ ତଳେ ଚୀନ ସେନା ସେମାନଙ୍କ ଜାତୀୟ ପତାକା ରଖି ଜାତୀୟ ସଂଗୀତ ଗାନ କରିଥିବା ଭିଡିଓ ସେୟାର୍‌ କରିଥିଲା। ଏହି ଭିଡିଓ ଗଲ୍‌ୱାନ ଘାଟିର ହୋଇଥିବା ସୂଚନା ଦିଆଯାଇଥିଲା। ଚୀନର ଏହି ଭିଡିଓ ପରେ ରାହୁଲ୍‌ ଗାନ୍ଧୀ ତାଙ୍କ ଟ୍ବିଟର ହାଣ୍ଡେଲ୍‌ରେ ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରିଥିଲେ। ପ୍ରଧାନମନ୍ତ୍ରୀ ଏବେ ତ ନିରବତା ଭଙ୍ଗ କରନ୍ତୁ ବୋଲି କହିଥିଲେ। ପ୍ରଧାନମନ୍ତ୍ରୀଙ୍କ ନିରବତା ଗଗନଭେଦୀ ବୋଲି କହି ସମାଲୋଚନା କରିଥିଲେ। ତେବେ ଏହି ଭିଡିଓ ମିଥ୍ୟା ଏବଂ ପ୍ରକୃତ ଭିଡିଓ ‌ଯେତେବେ‌ଳେ ଭାରତୀୟ ସେନା ଜୋରି କଲା ସେତେବେଳେ ରହୁଲ୍‌ ପୁନର୍ବାର ଏପରି ଟ୍ବିଟ କରିଥିଲେ। ଯେଉଁଥିରେ ସେ ଭାରତୀୟ ସେନାକୁ ପ୍ରଶଂସା କରି ଲେଖିଛନ୍ତି ଆମ ଭୂମିରେ ଭାରତୀୟ ତ୍ରିରଙ୍ଗା ଭଲ ଲାଗେ। ତେବେ ରାହୁଲ୍‌ ଏହି ଟ୍ବିଟ୍‌ ପରେ ଭାରତୀୟ ଜନତା ପାର୍ଟିର ନେତାମାନେ ତ୍ରୀବ୍ର ସମାଲୋଚନା କରିଛନ୍ତିସ। ପ୍ରଶ୍ନ କରିଛନ୍ତି ରହୁଲ ଚିନ୍‌ର ଏହି ଷଡ଼ଯନ୍ତ୍ରରେ ଫସୁଛନ୍ତି କାହିଁକି ???