ଭାଜପାର ନିର୍ବାଚନୀ ଇସ୍ତାହାର ଉନ୍ମୋଚିତ : ବିନା ସୁଧରେ ଚାଷୀଙ୍କୁ ଋଣ
ଭାଜପାର ନିର୍ବାଚନୀ ଇସ୍ତାହାର ଉନ୍ମୋଚିତ : ବିନା ସୁଧରେ ଚାଷୀଙ୍କୁ ଋଣ
admin
Apr 7, 2019 - 09:04
Updated: Apr 7, 2019 - 09:04
ଭୁବନେଶ୍ୱର: ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନକୁ କିଛିଦିନ ଥିବାବେଳେ ଭୁବନେଶ୍ୱରରେ ଭାଜପା ପକ୍ଷରୁ ନିର୍ବାଚନୀ ଇସ୍ତାହାର ‘ସଂକଳ୍ପ ପତ୍ର’ ଉନ୍ମୋଚିତ ହୋଇଛି। ଭୁବନେଶ୍ୱର ଦଳୀୟ କାର୍ଯ୍ୟାଳୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଏହାକୁ ଉନ୍ମୋଚନ କରିଛନ୍ତି। ଏହି ଅବସରରେ ରାଜ୍ୟ ପ୍ରଭାରୀ ଅରୁଣ ସିଂହ, ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଭାଜପା ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।ଭାରତୀୟ ଜନତା ପାର୍ଟି ନିଜର ନିର୍ବାଚନୀ ଇସ୍ତାହାରରେ ୯ଟି ସଂକଳ୍ପ କରିଛି । ଏହା ନୂଆ ଓଡ଼ିଶା ଗଠନରେ ସହଯୋଗ କରିବ ।
ଓଡ଼ଶାର ଦାରିଦ୍ର୍ୟର ମୂଳୋତ୍ପାଟନ କରିବାକୁ ଏଥିରେ ଗୁରୁତ୍ୱ ଦିଆଯାଇଛି। ୧୫ ବର୍ଷରୁ କମ୍ ବୟସର ନାବାଳିକାଙ୍କୁ ଫାସି ଦଣ୍ଡ ଦେବାର ବ୍ୟବସ୍ଥା କରାଯିବ। ମହିଳାମାନଙ୍କପାଇଁ ସ୍ୱରୋଜଗାରର ବ୍ୟବସ୍ଥା କରାଯିବ।ଚିଟ୍ଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଟଙ୍କା ଫେରସ୍ତ କରାଯିବ । କଟକ-ଭୁବନେଶ୍ୱରରେ ମେଟ୍ରୋ ଟ୍ରେନ୍ ଚଳାଚଳ କରାଯିବ ବୋଲି କୁହାଯାଇଛି।
୪୫ ଲକ୍ଷ ଚାଷୀଙ୍କୁ ପିଏମ୍ କିସାନ୍ ଯୋଜନାରେ ବାର୍ଷିକ ୬ ହଜାର ଟଙ୍କା ଦିଆଯିବ।ବିନା ସୁଧରେ ଚାଷୀଙ୍କୁ ଋଣ ଦିଆଯିବ । ଆଦିବାସୀମାନଙ୍କୁ ଜମିପଟ୍ଟା ଦିଆଯିବ। ଘର ପାଣି ସଡ଼କ, ବିଜୁଳି ବ୍ୟବସ୍ଥା କରାଯିବ। ସବୁ ଗରିବଙ୍କୁ ଜମିପଟ୍ଟା ଦିଆଯିବ। ୩ ମାସ ମଧ୍ୟରେ ପେଶା ଆଇନ୍ ଲାଗୁ କରାଯିବ । ବିଜେପି ସରକାରକୁ ଆସିଲେ ଓଡ଼ିଶାର ସବୁ ଜିଲ୍ଲାରେ ପିପିପି ମୋଡରେ ମେଡିକାଲ କଲେଜ୍ ପ୍ରତିଷ୍ଠା କରାଯିବ। ଏହାଛଡ଼ା ଆୟୁଷ୍ମାନ୍ ଯୋଜନାକୁ ଓଡ଼ିଶାରେ ଲାଗୁ କରାଯିବ।ପୁରୀକୁ ଦେଶର ସାଂସ୍କୃତିକ ରାଜଧାନୀରେ ପରିଣତ କରାଯିବ।