ଭଲରେ ସରିଲା ପ୍ରଥମ ଦିନର ପରୀକ୍ଷା

ଭଲରେ ସରିଲା ପ୍ରଥମ ଦିନର ପରୀକ୍ଷା

ଭଲରେ ସରିଲା ପ୍ରଥମ ଦିନର ପରୀକ୍ଷା

ଭୁବନେଶ୍ୱର: ଆଜିଠୁ ରାଜ୍ୟରେ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଛି। ଦୁଇ ବର୍ଷ ପରେ ପିଲାମାନେ ଅଫଲାଇନ୍ ପରୀକ୍ଷା ଦେଇଛନ୍ତି। ପ୍ରଥମ ଦିନର ପରୀକ୍ଷା ଭଲରେ ଭଲରେ ଶେଷ ହୋଇଛି। ପରୀକ୍ଷା ୮ଟାରେ ଆରମ୍ଭ ହୋଇ ୧୦ଟାହେର ଶେଷ ହୋଇଥିଲା।  ୩, ୨୦୩ ପରୀକ୍ଷା କେନ୍ଦ୍ରରେ ମୋଟ ୫ ଲକ୍ଷ ୭୧ ହଜାର ୯୦୯ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି । କପି ରୋକିବାକୁ ୬୫ଟି ଫ୍ଲାଇଂ ସ୍କ୍ୱାଡ ବ୍ୟବସ୍ଥା ହୋଇଛି । ପ୍ରଚଣ୍ଡ ତାତିକୁ ଦୃଷ୍ଟିରେ ରଖି ଏଥର ଦ୍ୱିତୀୟ ସିଟିଂରେ ପରୀକ୍ଷା ନ କରିବାକୁ ନିଷ୍ପତ୍ତି ନେଇଛି ଗଣଶିକ୍ଷା ବିଭାଗ ।

ଏଥିସବ ସବୁ ପରୀକ୍ଷା କେନ୍ଦ୍ରରେ ପର୍ୟ୍ୟାପ୍ତ ପାନୀୟ ଜଳ ଓ ନିରବଛିନ୍ନ ବିଦ୍ୟୁତ୍ ସେବା ଯୋଗାଇବାକୁ ବି ନିଷ୍ପତ୍ତି ହୋଇଛି । କୋଭିଡ ନିୟମ ଅନୁସାରେ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ ଓ ସିଟିଂ ଆରେଞ୍ଜମେଣ୍ଟ ବ୍ୟବସ୍ଥା ମଧ୍ୟ କରାଯାଇଛି ।

ପରୀକ୍ଷା କେନ୍ଦ୍ରରେ ମୋବାଇଲକୁ କଡ଼ାକଡ଼ି ବାରଣ କରାଯାଇଛି  । ଛାତ୍ରଛାତ୍ରୀ, ପରୀକ୍ଷା ଦାୟିତ୍ୱରେ ଥିବା ଶିକ୍ଷକଶିକ୍ଷୟିତ୍ରୀ ଏପରିକି କେନ୍ଦ୍ର ସୁପରିଣ୍ଟେଣ୍ଡେଣ୍ଟ ମଧ୍ୟ ପରୀକ୍ଷା ସମୟରେ ମୋବାଇଲ୍ ବ୍ୟବହାର କରିପାରିବେ ନାହିଁ ବୋଲି ବୋର୍ଡ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି  ।

ଶୃଙ୍ଖଳିତ ପରୀକ୍ଷା ପରିଚାଳନା ପାଇଁ ବୋର୍ଡ, ଜିଲ୍ଲା ଶିକ୍ଷାଧିକାରୀ, ଗଣଶିକ୍ଷା ବିଭାଗ, ଜିଲ୍ଲା ପ୍ରଶାସନ ପକ୍ଷରୁ ୪ସ୍ତରୀୟ ସ୍କ୍ୱାଡ୍ ଗଠନ କରାଯାଇଛି  । ପରୀକ୍ଷା ସରିବାର ୨ ଘଣ୍ଟା ମଧ୍ୟରେ ପରୀକ୍ଷା ସଂପର୍କିତ ସମସ୍ତ ସୂଚନା କେନ୍ଦ୍ର ସୁପରିଣ୍ଟେଣ୍ଡେଣ୍ଟ ବୋର୍ଡ କାର୍ୟ୍ୟାଳୟକୁ ଅନ୍ଲାଇନ୍ରେ ପଠାଇବାକୁ ବୋର୍ଡ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି । ପରୀକ୍ଷା ପରିଚାଳନା ପାଇଁ ରାଜ୍ୟର ୩୫ ହଜାରରୁ ଅଧିକ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନିୟୋଜିତ କରାଯାଇଛି ।