ଭାରତରେ ବ୍ଲକ ହେଲା ପାକିସ୍ତାନ ସରକାରଙ୍କ ଟ୍ୱିଟର ଆକାଉଣ୍ଟ
ନୂଆଦିଲ୍ଲୀ : ପାକିସ୍ତାନ ସରକାରଙ୍କ ଟ୍ୱିଟର ଆକାଉଣ୍ଟକୁ ଭାରତରେ ବ୍ଲକ୍ କରାଯାଇଛି। ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏକ ନୋଟିସ୍ ଅନୁଯାୟୀ, ଟ୍ୱିଟର ଏକ ଆଇନଗତ ଦାବିକୁ ଦୃଷ୍ଟିରେ ରଖି ପାକିସ୍ତାନ ସରକାରଙ୍କ ଆକାଉଣ୍ଟକୁ ଭାରତରେ ବ୍ଲକ୍ କରିଛି।
ଭାରତ ବ୍ୟତୀତ ଆମେରିକା, କାନାଡା ଭଳି ଦେଶର ଲୋକମାନେ ପାକିସ୍ତାନ ସରକାରଙ୍କ ଟ୍ୱିଟର ଆକାଉଣ୍ଟ ଦେଖିପାରିବେ। ଏଠାରେ ତାହା ବ୍ଲକ୍ ହୋଇନାହିଁ। ବର୍ତ୍ତମାନ ପାକିସ୍ତାନର ଆଇଟି ମନ୍ତ୍ରଣାଳୟ ପକ୍ଷରୁ ଟ୍ୱିଟର ମାଧ୍ୟମରେ ଏ ବିଷୟରେ କୌଣସି ମନ୍ତବ୍ୟ ଆସିନାହିଁ। ଏଥିସହିତ ଭାରତ ସରକାରଙ୍କ ପକ୍ଷରୁ ମଧ୍ୟ କୌଣସି ପ୍ରତିକ୍ରିୟା ମିଳିନାହିଁ। ଏହା ତୃତୀୟ ଥର ପାଇଁ ପାକିସ୍ତାନ ସରକାରଙ୍କ ଟ୍ୱିଟର ଆକାଉଣ୍ଟକୁ ଭାରତରେ ବ୍ଲକ୍ କରାଯାଇଛି। ଏହାପୂର୍ବରୁ ଗତ ବର୍ଷ ଅକ୍ଟୋବରରେ ମଧ୍ୟ ପାକିସ୍ତାନ ସରକାରଙ୍କ ଟ୍ୱିଟର ଆକାଉଣ୍ଟକୁ ବ୍ଲକ୍ କରାଯାଇଥିଲା।ରିପୋର୍ଟ ଅନୁଯାୟୀ, ଟ୍ୱିଟର ଏଭଳି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରୁଛି। ଜୁଲାଇ ୨୦୨୨ ରେ, ଟ୍ୱିଟର ନିର୍ଦ୍ଦେଶାବଳୀ ଉଲ୍ଲଂଘନ କରିଥିବାରୁ ଭାରତୀୟ ୟୁଜର୍ସଙ୍କ ୪୫,୧୯୧ ଆକାଉଣ୍ଟକୁ ବ୍ୟାନ୍ କରିଥିଲା। ଟ୍ୱିଟର ଏହାର ମାସିକ ଅନୁପାଳନ ରିପୋର୍ଟ ପରେ ଏହି ପଦକ୍ଷେପ ନେଇଥିଲା। ଟ୍ୱିଟରେ କଣ୍ଟେଟ୍ ବ୍ଲକିଙ୍ଗ୍କୁ ନେଇ କେନ୍ଦ୍ର ସରକାରଙ୍କ ନୂତନ ନିୟମକୁ କଡାକଡି ଭାବରେ ପାଳନ କରୁଛି। ଗତ ବର୍ଷ ଜୁନ୍ ମାସରେ ଟ୍ୱିଟର୍ ଇଣ୍ଡିଆ ମିଳିତ ଜାତିସଂଘ, ତୁର୍କୀ, ଇରାନ ଏବଂ ଇଜିପ୍ଟରେ ଥିବା ପାକିସ୍ତାନ ଦୂତାବାସର ଟ୍ୱିଟର ଆକାଉଣ୍ଟକୁ ମଧ୍ୟ ବ୍ଲକ୍ କରିଥିଲା।




admin 